ନ୍ୟୁଜ୍

ବିଭିନ୍ନ ରାଜ୍ୟରେ ଫସିଥିବା ଓଡ଼ିଆଙ୍କୁ ସାହାଯ୍ୟ କରିବାକୁ ଓଡ଼ିଆ ସଂଗଠନ ଗୁଡ଼ିକୁ ଅପିଲ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ବାହାର ରାଜ୍ୟରେ ଫସି ରହିଥିବା ଓଡ଼ିଆଙ୍କୁ ସାହାଯ୍ୟ କରିବାକୁ ଅପିଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକ ଭିଡ଼ିଓ ଜାରି କରି ମୁଖ୍ୟମନ୍ତ୍ରୀ ସହାୟତା ମାଗିଛନ୍ତି। କୋରୋନା ମୁକାବିଲା ପାଇଁ ଦେଶବ୍ୟାପୀ ଲକଡାଉନ କଟକଣା ଲାଗୁ ହୋଇଥିବାରୁ ବିଭିନ୍ନ ରାଜ୍ୟକୁ କାମ କରିବାକୁ ଯାଇଥିବା ବହୁ ଓଡ଼ିଆ ଲୋକ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସେମାନଙ୍କୁ ଖାଦ୍ୟ, ଔଷଧ ଯୋଗାଇ ଦେବାକୁ ରାଜ୍ୟ ବାହାରେ ଥିବା ଓଡ଼ିଆ ସଂଗଠନ ଗୁଡ଼ିକ ସାହାଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି।

ବିଭିନ୍ନ ରାଜ୍ୟକୁ କାମ କରିବାକୁ ଯାଇଥିବା ଓଡ଼ିଆମାନେ ଲକଡାଉନ କାରଣରୁ ଫସିରହିଥିବା ନେଇ ଅନେକ ଖବର ବାରମ୍ବାର ସାମ୍ନାକୁ ଆସୁଛି। ତେଣୁ ସେମାନଙ୍କ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ଓଡ଼ିଆ ସଂଗଠନ ଗୁଡ଼ିକୁ ଅପିଲ କରିଛନ୍ତି। ସେ କହିଛନ୍ତି ଯେ, ସଙ୍ଗଠନ ଗୁଡ଼ିକର ସମସ୍ତ ଖର୍ଚ୍ଚ ବହନ କରାଯିବ ଏବଂ ସହଯୋଗ ବାବଦର ଖର୍ଚ୍ଚ ମୁଖ୍ୟମନ୍ତ୍ରୀ ପାଣ୍ଠିରୁ ଭରଣା କରାଯିବ। ତେବେ ଏହା ପୂର୍ବରୁ ଓଡ଼ିଆଙ୍କୁ ସାହାଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ଅପିଲ୍ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top