ଦେଶ

ବିଶ୍ୱରେ 9 ଟ୍ରିଲିୟନ୍ ଡଲାର କ୍ଷତି ହେବାର ଆଶଙ୍କା, ଭାରତରେ ସ୍ଥିତି ଭଲ ରହିଛି: ଆରବିଆଇ ଗଭର୍ଣ୍ଣର

ନୂଆଦିଲ୍ଲୀ: କରୋନା ଯୋଗୁ ବିଶ୍ୱରେ 9 ଟ୍ରିଲିୟନ୍ ଡଲାର କ୍ଷତି ହେବାର ଆଶଙ୍କା ରହିଛି। ତେବେ ବାକି ଦେଶ ଅପେକ୍ଷା ଭାରତର ଆର୍ଥିକ ସ୍ଥିତି ଭଲ ଅଛି। ଖାଲି ଏତିକି ନୁହେଁ G-20 ଦେଶମାନଙ୍କ ଭିତରେ ଭାରତର ଅବସ୍ଥା ଭଲ ରହିଛି ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ।

କରୋନା ସଙ୍କଟ ପରେ ଭାରତର ଜିଡିପି 7% ଅଧିକ ରହିବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ଭାରତରେ 476.5 ବିଲିଅନ ଡଲାର ବିଦେଶୀ ମୁଦ୍ରା ମହଜୁଦ ଅଛି ବୋଲି ଆରବିଆଇ ଗଭର୍ଣ୍ଣର କହିଲେ। ଦେଶର ଆର୍ଥିକ ସ୍ଥିତି ଉପରେ ଆରବିଆଇର ନଜର ରହିଛି। ରିଭର୍ସ ରେପୋରେଟ 4.0% ରୁ  3.75% ରହିବ। ଏହାଦ୍ୱାରା ବ୍ୟାଙ୍କର ଫାଇଦା ହେବ। ଏହା ବ୍ୟତୀତ ରୁଣ ନେବାରେ କାହାର ଅସୁବିଧା ହେବ ନାହିଁ।

ଅନ୍ୟପଟେ କରୋନା ଯୋଗୁ କ୍ଷୁଦ୍ର ଓ ମଧ୍ୟମ ସଂସ୍ଥା ପ୍ରଭାବିତ ହୋଇଛନ୍ତି। ସେଥିପାଇଁ ଆରବିଆଇ ଗଭର୍ଣ୍ଣର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ନାବାର୍ଡକୁ 25 ହଜାର କୋଟି ଟଙ୍କାର ସହାୟତା, ସିଡିବିକୁ 15 ହଜାର କୋଟି ଟଙ୍କାର ସହାୟତା ଏବଂ ଏନଏଚଏଫ 10 ହଜାର କୋଟି ଟଙ୍କାର ସହାୟତା ସହିତ ସମୁଦାୟ 50 ହଜାର କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର। ବିଶ୍ୱରେ ଅଶୋଧିତ ତୈଳ ଦର ହ୍ରାସ ହେଉଥିବାରୁ ଏହା ଭାରତକୁ ଲାଭବାନ କରିବ ବୋଲି କହିଛନ୍ତି ଶକ୍ତିକାନ୍ତ ଦାଶ । କେବଳ ଏତିକି ନୁହେଁ କୃଷି କ୍ଷେତ୍ରକୁ ଗୁରୁତ୍ୱ ଦେଇଥିବାରୁ ଓଡିଶା, ପଶ୍ଚିମବଙ୍ଗ ଓ ଆସାମକୁ ପ୍ରଶଂସା କରିଛନ୍ତି ଶକ୍ତିକାନ୍ତ ଦାସ ।

ମାର୍ଚ ମାସରେ ଅଟୋମୋବାଇଲ୍ ଉତ୍ପାଦନ ଓ ବିକ୍ରି ତୀବ୍ର ହ୍ରାସ ପାଇଛି।  ମାର୍ଚ ମାସରେ ରପ୍ତାନି 34.5%  ହ୍ରାସ ପାଇଛି ଯାହା 2008-09 ବିଶ୍ବ ଆର୍ଥିକ ସଙ୍କଟ ଠାରୁ ଆହୁରି ସାଙ୍ଘାତିକ। କ୍ଷୁଦ୍ର ଓ ମଧ୍ୟମ ଧରଣର କର୍ପୋରେଟ୍‌, ବିଶେଷକରି ସେମାନଙ୍କର ନଗଦ ବିକ୍ରିବଟା ଉପରେ କୋଭିଡ୍-19 ଖୁବ୍ କୁପ୍ରଭାବ ପକାଇଛି। କେନ୍ଦ୍ରୀୟ ବ୍ୟାଙ୍କ୍‌ର ପଦକ୍ଷେପ ଯୋଗୁଁ ବ୍ୟାଙ୍କ୍ ବ୍ୟବସ୍ଥାର ସର୍ପ୍ଲସ୍ ଲିକ୍ୟୁଡିଟି ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। ଯଥେଷ୍ଟ ଲିକ୍ୟୁଡିଟି ସିଷ୍ଟମ୍ ବଜାୟ ରଖିବା ନିମନ୍ତେ ବ୍ୟାଙ୍କ୍‌ମାନଙ୍କର କ୍ରେଡିଟ୍ ଉତ୍ସର ସୁବିଧା କରିବା, ଅର୍ଥନୈତିକ ଚାପ ହାଲୁକା କରିବା ନିମନ୍ତେ ରିଜର୍ଭ ବ୍ୟାଙ୍କ୍ ନୂଆ ପଦକ୍ଷେପମାନ ଘୋଷଣା କରିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top