ଦେଶ

ବିଶ୍ୱର ଶ୍ରେଷ୍ଠ ଶକ୍ତିଶାଳୀ ରାଷ୍ଟ୍ରକୁ ଔଷଧ ଯୋଗାଉଛି ଭାରତ

ଅର୍ଗସ ବ୍ୟୁରୋ : 13ଟି ଦେଶକୁ କ୍ଲୋରୋକୁଇନ ଯୋଗାଇବ ଭାରତ । 3 ଟି ପର୍ଯ୍ୟାୟରେ ବିଭିନ୍ନ ରାଷ୍ଟ୍ରକୁ ଔଷଧ ଯୋଗାଇ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ଆମେରିକା, ସ୍ପେନ, ଜର୍ମାନୀ ଓ ବାହାରିନକୁ ଦିଆଯିବ କ୍ଲୋରୋକୁଇନ । ଭାରତ ଔଷଧର ଚାହିଦା ଏବେ ଦେଶ ବିଦେଶରେ ଦିନକୁ ଦିନ ବୃଦ୍ଧି ପାଇଛି । ଖାସ କରି ବିଶ୍ୱର ଏହି ମହାମାରୀ କୋରୋନା ପ୍ରଭାବରୁ ରକ୍ଷା କରିବା ପାଇଁ ଭାରତର ସହାୟତାକୁ ଅନେଇ ବସିଛନ୍ତି ବିଶ୍ୱର ଶ୍ରେଷ୍ଠ ଶକ୍ତିଶାଳି ତଥା ବିକଶିତ ରାଷ୍ଟ୍ର । ପ୍ରାୟ 30ରୁ ଅଧିକ ଦେଶ ହାଇଡ୍ରୋକ୍ଲୋରୋକୁଇନ ଔଷଧ ପାଇଁ ଭାରତ ସହିତ ଯୋଗାଯୋଗ କରିଥିବା ବେଳେ ଭାରତ ସରକାର ପର୍ଯ୍ୟାୟ କ୍ରମେ ଏହି ଔଷଧ ଯୋଗାଇ ଦେବେ ।

ପ୍ରଥମ ପର୍ଯ୍ୟାୟରେ ଭାରତ 13ଟି ଦେଶକୁ ଯୋଗାଇ ଦେବାକୁ ସ୍ଥିର ହୋଇଛି । ଭାରତ ମଂଜୁରି ଦେଇଥିବା ପ୍ରଥମ ତାଲିକାରେ ୧୩ଟି ରାଷ୍ଟ୍ର ଅଛନ୍ତି । ଏଥିରେ ପଡ଼ୋଶୀ ରାଷ୍ଟ୍ରକୁ ଅଗ୍ରାଧିକାର ଦିଆଯାଇଛି । ଭାରତ ସରକାର ବିଦେଶୀ ରାଷ୍ଟ୍ରକୁ ୧୪ ନିୟୁତ ହାଇଡ୍ରୋକ୍ସିକ୍ଲୋରକ୍ବିନ୍‌ ଟାବଲେଟ ଦେବାପାଇଁ ସ୍ୱୀକୃତି ଦେଇଛନ୍ତି । ହାଇଡ୍ରୋକ୍ସିକ୍ଲୋରକୁଇନ୍‌ ଦେବା ପାଇଁ ଆମେରିକା, ୨ ୟୁରୋପୀୟ ରାଷ୍ଟ୍ର- ସ୍ପେନ୍‌ ଏବଂ ଜର୍ମାନୀ, ୨ ଦକ୍ଷିଣ ଆମେରିକୀୟ ରାଷ୍ଟ୍ର- ଡୋମିନିକ୍‌ ରିପବ୍ଲିକ୍‌ ଏବଂ ବ୍ରାଜିଲ୍‌, ବାହରିନ୍‌ ଏବଂ ୫ ପଡ଼ୋଶୀ ରାଷ୍ଟ୍ର- ନେପାଳ, ଭୁଟାନ, ଆଫଗାନିସ୍ତାନ, ମାଳଦ୍ବୀପ ଏବଂ ବାଂଲାଦେଶକୁ ମଞ୍ଜୁରୀ ମିଳିଛି । ଭାହରତ ସରକାରଙ୍କ ନିୟମିତ ପ୍ରେସ୍‌ ବିଜ୍ଞପ୍ତି ଜାରି କରି ଏମ୍‌ଇଏର ନୋଡାଲ ଅଧିକାରୀ ଡମ୍ମୁ ରବି କହିଛନ୍ତି, ବୈଶ୍ୱିକ ସ୍ତରରେ ଏବେ ଏଚ୍‌ସିକ୍ୟୁର ହାଇ ଡିମାଣ୍ଡ୍‌ ରହିଛି । ବିଦେଶ ରାଷ୍ଟ୍ର ହାଇଡ୍ରୋକ୍ସିକ୍ଲୋରକୁଇନ ପାଇଁ ଅନୁରୋଧ କରିଛନ୍ତି ।

ତେବେ ଭାରତରେ ଗଚ୍ଛିତ ଥିବା ଅତିରିକ୍ତ ଔଷଧକୁ ବିଦେଶ ରାଷ୍ଟ୍ରକୁ ଦେବା ପାଇଁ ନିଷ୍ପତ୍ତି ହୋଇଛି ବୋଲି ସେ କହିଛନ୍ତି । ଭାରତରେ ଏବେ ଦରକାରଠାରୁ ୩ ଗୁଣା ଔଷଧ ଅଛି । ଏହା ଗୋଟିଏ ମାସର ଆବଶ୍ୟକତାକୁ ପୂରଣ କରିବ। ତେଣୁ ଭାରତ ପ୍ରଥମ ପର୍ଯ୍ୟାୟରେ ୧୩ ରାଷ୍ଟ୍ରକୁ ଔଷଧ ଦେବ। ଏବେ ଦ୍ବିତୀୟ ଏବଂ ତୃତୀୟ ତାଲିକା ପ୍ରସ୍ତୁତ ହେଉଛି ବୋଲି ସେ କହିଛନ୍ତି । ଭାରତକୁ ୧ କୋଟି ଏଚ୍‌ସିକ୍ୟୁ ଟାବଲେଟ୍‌ ଆବଶ୍ୟକ ଥିବା ବେଳେ ଏବେ ଭାରତ ନିକଟରେ ୩.୨୮ କୋଟି ଟାବଲେଟ୍‌ ଅଛି । ଏହା ସହିତ ଭାରତ ଖୁବ୍‌ କମ୍‌ ଦିନ ମଧ୍ୟରେ ୧-୨ କୋଟି ଟାବଲେଟ୍‌ ବି ପ୍ରସ୍ତୁତ କରିପାରିବ । ହାଇଡ୍ରୋକ୍ସିକ୍ଲୋରୋକୁଇନର ଚାହିଦା ଏବେ ବିଶ୍ବବ୍ୟାପୀ ବଢ଼ିଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top