ନ୍ୟୁଜ୍

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ୫ ଟି ପ୍ରଶ୍ନ- ମିଳିବ କି ଉତ୍ତର?

ଅର୍ଗସ ବ୍ୟୁରୋ : କରୋନା ସଂକ୍ରମଣକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ହୁ କୁ ୫ ଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ । ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ଏହି ପ୍ରଶ୍ନଗୁଡ଼ିକ । କରୋନା ବିଶ୍ୱ ମହାମାରୀ ସଂକ୍ରାନ୍ତରେ ହୁ ର ଭୂମିକାକୁ ନେଇ କରାଯାଇଛି ପ୍ରଶ୍ନ । ହୁ ଦେଇ ପାରିବ କି ସେସବୁର ଉତ୍ତର? ଏବେ ସାରା ବିଶ୍ୱ ପାଇଁ ଆତଙ୍କ ସାଜିଛି ମାରାତ୍ମକ କୋଭିଡ୍‌-୧୯ ର ସଂକ୍ରମଣ । ଆସାଶ୍ୱନା ପାଇଁ ସମସ୍ତେ ହୁ କୁ ଚାହିଁଥିବା ବେଳେ ସେହି ସଂଗଠନର ଭୂମିକା କିନ୍ତୁ ଆରମ୍ଭରୁ ସନ୍ଦେହ ଘେରରେ । ହୁ ଏବଂ ଏହାର ମୁଖ୍ୟଙ୍କ ଭୂମିକା ଉପରେ ଏବେ ଲାଗିଛି ପ୍ରଶ୍ନବାଚୀ । ଏହି ପରିପ୍ରେକ୍ଷୀରେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିବା ୫ ଟି ପ୍ରଶ୍ନ ବେଶ୍ ଗୁରୁତ୍ୱପୂର୍ଣ୍ଣ ।

୧.ସମସ୍ତ ପ୍ରମାଣ ସତ୍ୱେ ହୁ କାହିଁକି ପ୍ରଚାର କଲା କରୋନା ମଣିଷରୁ ମଣିଷ ଦେହକୁ ବ୍ୟାପେନାହିଁ ?
ଚୀନରେ କରୋନା ସଂକ୍ରମଣ ବ୍ୟାପକ ହେବା ପରେ ବି ଜାନୁଆରୀ ୧୪ ରେ ହୁ ଚୀନ୍ ଗବେଷକଙ୍କ ଉକ୍ତିକୁ ଉଦ୍ଧାର କରି କହିଥିଲା କୋଭିଡ୍‌-୧୯ ଭୂତାଣୁ ମଣିଷରୁ ମଣିଷ ଦେହକୁ ବ୍ୟାପିବାର କୌଣସି ପ୍ରମାଣ ନାହିଁ । ଅର୍ଥାତ୍ ଚୀନର ପ୍ରଚାରକୁ ହିଁ ହୁ ପ୍ରାଧାନ୍ୟ ଦେଇଥିଲା ।

୨. ହୁ ଅନେକ ଡେରିରେ କରୋନାକୁ ପାଣ୍ଡେମିକ୍ ବା ବିଶ୍ୱ ମହାମାରୀ ଘୋଷଣା କଲା କାହିଁକି ?
ଜାନୁଆରୀ ୧୫ ସୁଦ୍ଧା କରୋନା ଚୀନର ଉହାନରୁ ଯାଇ ଅନ୍ୟ ଦେଶରେ ପହଂଚି ସାରିଥିଲେ ବି ହୁ ଏହାକୁ ବିଶ୍ୱ ମହାମାରୀ ବୋଲି ଘୋଷଣା କରିନଥିଲା । ମାର୍ଚ୍ଚ ୧୧ ତାରିଖରେ ଘୋଷଣା କରିବା ବେଳକୁ କରୋନା ଦ୍ୱାରା ବିଶ୍ୱର ୧ ଲକ୍ଷ ୧୮ ହଜାର ଲୋକ ସଂକ୍ରମିତ ହେବା ସହିତ ୪ ହଜାର ଲୋକ ମୃତ୍ୟୁବରଣ କରି ସାରିଥିଲେ । ଆଗରୁ ବିଶ୍ୱ ମହାମାରୀ ଘୋଷଣା କରିଥିଲେ ବିଭିନ୍ନ ଦେଶ ପ୍ରତିଷେଧକ ପାଇଁ ବ୍ୟବସ୍ଥା କରି ପାରିଥା’ନ୍ତେ ।

୩. ଜାନୁଆରୀ ୨୮ ରେ ହୁ ର ମହାନିର୍ଦ୍ଦେଶକ ଏବଂ ଅନ୍ୟ ପଦାଧିକାରୀମାନେ କାହିଁକି ଚୀନ୍ ଗସ୍ତ କରିଥିଲେ ?

୪. ନୂଆ ଭୂତାଣୁର ନାଁ ଉହାନ୍ ଭାଇରସ୍ ନ ଦେଇ କୋଭିଡ୍‌-୧୯ ବୋଲି କାହିଁକି ନାଁ ଦେଲା ହୁ?

୫. ୨୦୧୯ ଡିସେମ୍ବରରେ ତାଇୱାନ୍ କରୋନା ସଂକ୍ରମଣ ନେଇ ହୁ ର ଦୃଷ୍ଟି ଆକର୍ଷଣ କରିଥିଲେ ବି ତାକୁ ଅଣଦେଖା କରାଗଲା କାହିଁକି?

ଏହି ୫ ଟି ପ୍ରଶ୍ନ ସହିତ ଆଉ କେତେକ ସନ୍ଦେହ ମଧ୍ୟ ହୁ ଦୂରକରିବା ଉଚିତ୍‌
ହୁ ର ଚୀନ୍ ପ୍ରତି ଅହେତୁକ ପ୍ରେମର କାରଣ କ’ଣ?
ଲାଂଚଦେଇ ଚୀନ୍ ବନ୍ଦ କରିଥିଲା କି ହୁ ଅଧିକାରୀଙ୍କ ମୁହଁ?
ଜାତିସଂଘର ମୂଳମନ୍ତ୍ର, ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଖିଲାପ କରିଥିବା ହୁ ଅଧିକାରୀଙ୍କ ବିରୋଧରେ ହେବ କି କାଯ୍ୟାନୁଷ୍ଠାନ?
ହୁ କୁ କବଳିତ କରି ଚୀନ୍ କରିଛି କି ଅନୈତିକ କାମ?
ଚୀନ୍ ବିରୁଦ୍ଧରେ ଏକାଠି ହେବ କି ବିଶ୍ୱ ସମୁଦାୟ?

ଏହି ପ୍ରଶ୍ନସବୁର ଉତ୍ତରରେ ରହିଛି ସେହି ରହସ୍ୟ ଯାହା ଜଣେଇବ କରୋନା ସଂକ୍ରମଣ ନେଇ କ’ଣ ଥିଲା ଏବଂ କ’ଣ ରହିଛି ହୁ ର ଭୂମିକା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top