ଦେଶ

ବେଙ୍ଗାଲୁରୁ ଆସିଲା ଖୁସି ଖବର, କୋରୋନା ପାଇଁ ବାହାରିଲା ମେଡିସିନ !

ନୂଆଦିଲ୍ଲୀ: ସାରାବିଶ୍ୱକୁ କରୋନା କନ୍ଦାଉଥିବା ବେଳେ ବେଙ୍ଗାଲୁରୁ ଆସିଲା ଖୁସି ଖବର । ବେଙ୍ଗାଲୁରୁର ଜଣେ ଡାକ୍ତର ଦାବି କରିଛନ୍ତି ଯେ, ସେ କରୋନା ଭାଇରସର ମୁକାବିଲା କରିବା ପାଇଁ ଏକ ଔଷଧ ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ସେ ସରକାରଙ୍କ ଠାରୁ ଅନୁମତି ଲୋଡିଛନ୍ତି । ଦିନକୁ ଦିନ ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କେବେ ବାହାରିବ ଏହା ପାଇଁ ମେଡିସିନ ସମସ୍ତଙ୍କ ମନରେ ସେଇ ଗୋଟିଏ ପ୍ରଶ୍ନ । ଆଉ ଯଦି ବେଙ୍ଗାଲୁରୁ ଡାକ୍ତରଙ୍କ ଦାବି ସତ ହୋଇଗଲେ ସାରା ଦୁନିଆକୁ ମିଳିଯିବ ସଞ୍ଜୀବନୀ ।

ବେଙ୍ଗାଲୁରୁର ଅଙ୍କୋଲୋଜିଷ୍ଟ ଡାକ୍ତର ବିଶାଲ ରାଓଙ୍କ ଅନୁଯାୟୀ, କିଛି ଔଷଧକୁ ମିଶାଇ ନୂତନ ଔଷଧ ପ୍ରସ୍ତୁତ କରିଛନ୍ତି । ସାଇଟୋକାଇନିଜ୍‌ ସାହାଯ୍ୟରେ ଏକ ମିଶ୍ରଣ ତିଆରି କରାଯାଇପାରିବ ଯାହା ରୋଗୀଙ୍କୁ ଇଞ୍ଜେକ୍ସନ ଦିଆଯାଇପାରିବ । ଯାହାଦ୍ବାରା ସେମାନଙ୍କର ରୋଗ ପ୍ରତିରୋଧକ କ୍ଷମତାକୁ ପୁନର୍ଜୀବିତ କରାଯାଇପାରିବ। ବର୍ତ୍ତମାନ ଏହା ପ୍ରାରମ୍ଭିକ ସ୍ଥିତିରେ ରହିଛି । ତେଣୁ ସେଥିପାଇଁ ସରକାରଙ୍କ ଠାରୁ ଅନୁମତି ଲୋଡିଛି ।

ଏନେଇ ପରୀକ୍ଷା ନୀରିକ୍ଷା ପରେ ସମୀକ୍ଷା କରିବା ପାଇଁ ସରକାରଙ୍କ ଠାରେ ଆବେଦନ କରିଛନ୍ତି ଡାକ୍ତର। ମାନବ ଶରୀରେ ଥିବା କୋଷଗୁଡିକ ଜୀବାଣୁ ସହିତ ମୁକାବିଲା କରିବା ପାଇଁ କ୍ଷମତା ରହିଛି । କୋଷଗୁଡ଼ିକରେ ଇଣ୍ଟରଫେରନ୍ ଥାଏ ଯାହା ଜୀବାଣୁ ସହିତ ଲଢିବାରେ ସାହାଯ୍ୟ କରିଥାଏ | ଅବଶ୍ୟ, ଯେତେବେଳେ ରୋଗୀ କୋଭିଡ -19 ଦ୍ୱାରା ସଂକ୍ରମିତ ହୁଏ । ସେହି ସମୟରେ ଏହି କୋଷଗୁଡ଼ିକ ଏହି ଇଣ୍ଟରଫେରନ୍‌ ମୁକ୍ତ ହୋଇପାରନ୍ତିନାହିଁ । ଯାହା ଦ୍ବାରା ଶରୀରେ ରୋଗ ପ୍ରତିରୋଧକ କ୍ଷମତାକୁ ଦୁର୍ବଳ କରିଦେଇଥାଏ । ଏହାଦ୍ୱାରା ମଷିଶ ଶରୀରରେ ଏହି ଭାଇରସ ବଢିବାରେ ଲାଗିଥାଏ ।

ଡକ୍ଟର ବିଶାଲ ଆହୁରି ମଧ୍ୟ କହିଛନ୍ତି ଯେ, ଅନୁସନ୍ଧାନରେ ଆମେ ଜାଣିବାକୁ ପାଇଲୁ ଯେ ଏହି ଇଣ୍ଟରଫେରନ୍ ଗୁଡ଼ିକ କରୋନା ଭାଇରସର ମୁକାବିଲା କରିବାରେ ମଧ୍ୟ ସହାୟକ ହୋଇଥାଏ। ଏଥିପାଇଁ ସାଇଟୋକାଇନ୍ସର ଏକ ମିଶ୍ରଣ ପ୍ରସ୍ତୁତ କରାଯାଇଥଇବା ବେଳେ ଚିକିତ୍ସା ପାଇଁ କରୋନା ରୋଗୀଙ୍କ ଶରୀରରେ ଇଞ୍ଜେକ୍ସନ ଭାବେ ଦିଆଯାଇପାରିବ ବୋଲି ସେ ଦାବି କରିଛନ୍ତି । ତେବେ ଏଥିପାଇଁ ସେ ସରକାରଙ୍କ ଅନୁମତି ମାଗିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top