ଧର୍ମ

ବ୍ରହ୍ମାକୁମାରୀ ରାଜଯୋଗିନୀ ଦାଦୀ ଜାନକୀଙ୍କ ଦେହତ୍ୟାଗ, ପିଏମ ମୋଦି ଜଣାଇଲେ ଶ୍ରଦ୍ଧାଞ୍ଜଳି

ଅର୍ଗସ ବ୍ୟୁରୋ: ବ୍ରହ୍ମାକୁମାରୀ ସଂସ୍ଥାର ମୁଖ୍ୟ ପ୍ରଶାସିକା ଏବଂ ସ୍ବଚ୍ଛ ଭାରତ ମିଶନର ବ୍ରାଣ୍ଡ୍ ଆମ୍ବାସାଡାର୍ ରାଜଯୋଗିନୀ ଦାଦୀ ଜାନକୀଙ୍କ ଦେହତ୍ୟାଗ । ତାଙ୍କ ପରଲୋକରେ ପିଏମ ମୋଦି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ରାଜଯୋଗିନୀ ଦାଦୀ ଜାନକୀ ୧୦୪ ବର୍ଷ ବୟସରେ ଦେହ ତ୍ୟାଗ କରିଛନ୍ତି।

ମାଉଣ୍ଟଆବୁ ସ୍ଥିତ ଗ୍ଲୋବାଲ୍ ହସ୍ପିଟାଲରେ ଶୁକ୍ରବାର ରାତି ୨ଟା ସମୟରେ ଶେଷ ନିଶ୍ୱାସ ନେଇଥିଲେ। ସେ ଗତ ଦୁଇ ମାସରୁ ନିଶ୍ୱାସ ଏବଂ ପେଟ ରୋଗରେ ଆକ୍ରାନ୍ତ ଥିଲେ। ତାଙ୍କର ଅନ୍ତିମ ସଂସ୍କାର ବ୍ରହ୍ମାକୁମାରୀ ଅନ୍ତଃରାଷ୍ଟ୍ରୀୟ ମୁଖ୍ୟାଳୟ ଶାନ୍ତିବନ ପରିସରରେ ଅପରାହ୍ନରେ ଶେଷ ହୋଇଯାଇଛି।

21 ବର୍ଷ ବୟଷରେ  ଆଧ୍ୟାତ୍ମିକର ରାସ୍ତା  ବାଛିଥିଲେ ରାଜଯୋଗିନୀ ଦାଦୀ ଜାନକୀ । ସେ 140 ଦେଶରେ 140  ସେବା କେନ୍ଦ୍ର ସ୍ଥାପନ କରିଛନ୍ତି । ଏହି ସମସ୍ତ ସେବା କେନ୍ଦ୍ରର ଦାୟିତ୍ୱ ମହିଳାମାନଙ୍କ ହାତରେ ଅଛି । ତାଙ୍କର ବ୍ରହ୍ମାକୁମାରୀ ସଂସ୍ଥାନରେ  ସାରା ବିଶ୍ୱର 20 ଲକ୍ଷ ଲୋକ  ଯଡିତ ଅଛନ୍ତି ।  

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top