ରାଜ୍ୟ

ବ୍ରିଟେନ୍‌: ପ୍ରିନ୍ସ ଚାର୍ଲ୍ସଙ୍କୁ କୋରୋନା, ରିପୋର୍ଟ ଆସିଲା ପଜେଟିଭ୍‌

ଅର୍ଗସ ବ୍ୟୁରୋ: ମହାମାରୀ କୋରୋନା କବଳରେ ବ୍ରିଟେନ୍‌ର ପ୍ରିନ୍ସ ଚାର୍ଲ୍ସ । ସେ କୋରୋନରେ ପଜେଟିଭ୍‌ ଥିବା ରିପେେର୍ଟ ସାମ୍ନାକୁ ଆସିଛି  ।   ପ୍ରିନ୍ସ ଚାର୍ଲ୍ସଙ୍କ ଟେଷ୍ଟ ପଜେଟିଭ୍‌ ଆସିଛି । କ୍ଲେରେନ୍ସ ହାଉସ୍‌ ଆଜି  ଅର୍ଥାତ୍‌ ବୁଧବାର ଦିନ ଘୋଷଣା କରିଛି ଯେ  ଚାର୍ଲ୍ସଙ୍କ ଠାରେ କୋରୋନା ପଜେଟିଭ୍‌ ଚିହ୍ନଟ କରାଯାଇଛି । କିନ୍ତୁ ତାଙ୍କର ସ୍ୱାସ୍ଥ୍ୟ ଏବେ ସୁସ୍ଥ ଅଛି ବୋଲି  କୁହାଯାଇଛି ।  

71 ବର୍ଷିୟ ପ୍ରିନ୍ସ ଚାର୍ଲ୍ସଙ୍କ କୋରୋନା  ଭାଇରସ୍‌ର ଟେଷ୍ଟ ସ୍କଟଲାଣ୍ଡରେ କରାଯାଇଥିଲା । ସ୍କଟଲାଣ୍ଡରେ  ଚାର୍ଲସ ତାଙ୍କ ସ୍ତ୍ରୀ କମିଲାଙ୍କ ସହ ଥିଲେ । କିନ୍ତୁ ତାଙ୍କ ସ୍ତ୍ରୀ ଙ୍କ ଟେଷ୍ଟ ନେଗେଟିଭ୍‌ ଆସିଛି । କ୍ଲେରେନ୍ସ ହାଉସ୍‌ର ଜଣେ ପ୍ରବକ୍ତାଙ୍କ କହିବାନୁଯାୟୀ  ସରକାର ଓ ଚିକିତ୍ସ୍ୟକଙ୍କ ଅନୁମତିରେ ପ୍ରିନ୍ସ ଏବଂ କମିଲା ଏବେ ସ୍କଟଲାଣ୍ଡର ଘରେ  ଆଇଶୋଲେଟ୍‌ରେ ଅଛନ୍ତି । ତେବେ ବ୍ରିଟେନ୍‌ରେ ବର୍ତ୍ତମାନ କୋରୋନାରେ 400ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ସେହିପରି  8000 ରୁ ଅଧିକ  ସଂକ୍ରମିତ ହୋଇଛନ୍ତି   ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top