ଦେଶ

ଭାଙ୍ଗିଲା ଶହ ଶହ ବର୍ଷର ପରମ୍ପରା, ରାସ୍ତାରେ ଆରତୀ କରିଲେ ମହନ୍ତ ପରିବାର

ନୂଆଦିଲ୍ଲୀ: ପ୍ରଶାସନର ଜିଦ ଏବଂ ମନମୁଖୀ ନୀତି ଯୋଗୁଁ ବାରଣାସୀ କାଶୀ ବିଶ୍ୱନାଥ ମନ୍ଦିରର ଶହ ଶହ ବର୍ଷ ପୁରୁଣା ପରମ୍ପରା ଭାଙ୍ଗିଛି। କାଶୀ ବିଶ୍ୱନାଥ ମନ୍ଦିରର ମହନ୍ତ ପରିବାରର ପୁରୋହିତମାନେ ମନ୍ଦିର ଭିତରକୁ ଯିବାକୁ ବାରଣ କରାଯିବାରୁ ସେମାନେ କ୍ରୋଧିତ ହୋଇ ରାସ୍ତା ମଝିରେ ବୈଦିକ ମନ୍ତ୍ର ଉଚ୍ଚାରଣ କରି ସପ୍ତ ଋଷି  ଆରତୀ କରିଛନ୍ତି। ମହନ୍ତ ପରିବାରର ପୁରୋହିତମାନେ ଆରତୀ ସମୟରେ ଫୁଲ ମାଳରେ କାଶୀ ବିଶ୍ୱନାଥଙ୍କ ପବିତ୍ର ଶିବ ଲିଙ୍ଗ ତିଆରି କରି ଜଳଭିଶେଖ ଏବଂ ଦୁଗ୍ଧଭିଷେଖ ମଧ୍ୟ କରିଥିଲେ ।

 ଶହ ଶହ ବର୍ଷ ଧରି ବାବା ବିଶ୍ୱନାଥଙ୍କ ସପ୍ତ ଋଷି ଆରତୀ ମହନ୍ତ ପରିବାରର ସଦସ୍ୟ ମାନଙ୍କ ଦ୍ୱାରା କରାଯାଇ ଆସୁଥିବା ବେଳେ  ଏହି ପୁରୁଣା ପରମ୍ପରା ଏବେ ଭାଙ୍ଗିଛି  । ପ୍ରଶାସନ ମହନ୍ତ ମାନଙ୍କୁ ରାସ୍ତାରେ ଅଟକେଇବାରୁ ସେମାନେ କ୍ରୋଧିତ ହୋଇ ମନ୍ଦିରର 4 ନମ୍ବର ଗେଟ ପାଖରେ ଏକତ୍ରିତ ହୋଇ ପ୍ରଥମେ ବାବା କାଶୀ ବିଶ୍ୱନାଥଙ୍କ ଶିବ ଲିଙ୍ଗ ଫୁଲରେ  ତିଆରି କରିଥିଲେ। ଏହାପରେ ବୈଦିକ ମନ୍ତ୍ର ଉଚ୍ଚରଣ କରି ସପ୍ତ ଋଷି ଆରତୀ କରିବା ସହ ଶିବଲିଙ୍ଗ ଉପରେ ଜଳାଭିଶେକ ମଧ୍ୟ କରିଛନ୍ତି ବୋଲି କହିଛନ୍ତି।

ମହନ୍ତ ମାନେ କୈଳାଶ ମନ୍ଦିର ମାମଲାରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିବାରୁ ସେମାନଙ୍କୁ ମନ୍ଦିର ଭିତରେ ପ୍ରବେଶ କରି ପୂଜା କରିବାରୁ ବଂଚିତ କରିଛି ପ୍ରଶାସନ।

ମହନ୍ତମାନେ କହିଛନ୍ତି ଯେ କୈଳାଶ ମନ୍ଦିର କରିଡର କାମ କରିବା ସମୟରେ କେବଳ କ୍ଷୟକ୍ଷତି ହୋଇନାହିଁ, ମୂର୍ତ୍ତି ଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। କାଶୀ ବିଶ୍ୱନାଥ ମନ୍ଦିର କରିଡରର ସମ୍ପ୍ରସାରଣ ପାଇଁ ଘରର କେବଳ କିଛି ଅଂଶ ଭାଂଗିବାକୁ କୁହାଯାଇଥିଲା। କିନ୍ତୁ କୈଳାଶ ମନ୍ଦିର ନଷ୍ଟ ହୋଇଯାଇଥିଲା, ଯାହାକୁ ସେମାନେ ମନ୍ଦିରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ଏବଂ ଏସଏସପିଙ୍କୁ ମଧ୍ୟ ଡାକି ପୁରା ମାମଲା ସମ୍ପର୍କ ଉପରେ ଅଭିଯୋଗ କରିଥିଲେ।

ପ୍ରତିଦିନ ପରି ଗୁରୁବାର ସକାଳେ ପୁରାତନ ପରମ୍ପରା ବଜାଇ ରଖିବାକୁ 14 ପୁରୋହିତ ସପ୍ତ ଋଷି ଆରତୀ ପାଇଁ ଆସିଥିଲେ।  ପାରିବାରିକ ପୁରୋହିତମାନଙ୍କ ସହିତ ସପ୍ତ ରିଷି ଆରତୀ ପରମ୍ପରା ପ୍ରାଚୀନ ଅଟେ | ସେ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଯଦି ତାଙ୍କୁ ଏହିପରି ଅଟକାଯାଏ ତେବେ ସେ ରାସ୍ତାରେ ସପ୍ତ ଋଷି ଆରତୀ ଜାରି ରଖିବେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top