ଦେଶ

ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦୦ ଟପିଲା, ୪୬ ସୁସ୍ଥ ହୋଇ ଫେରିଲେ

ନୂଆଦିଲ୍ଲୀ: କୋରୋନା ମୁକାବିଲା ଏବେ ଦେଶ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଗୋଟିଏ ପଟେ କୋରୋନା ପଜିଟିଭ୍‌ଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ସୀମିତ ରହିଛି । ତେବେ ଆକ୍ରାନ୍ତଙ୍କ ସଂଖ୍ୟା କମାଇବାରେ ଏକମାତ୍ର ଉପାୟ ସାମାଜିକ ଦୁରତ୍ୱ ।

ଗତକାଲି ମଧ୍ୟରାତ୍ରିରୁ ପୁରା ଦେଶ ଲକ୍‌ ଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେବେଳ ମାତ୍ର ଲକ୍ଷ୍ୟ ଲୋକଙ୍କୁ ସଚେତନ କରାଇବା ସହ କୋରୋନା ସହ ଲଢ଼ିବାର ଏକମାତ୍ର ଅସ୍ତ୍ର ସୋସିଆଲ ଡିଷ୍ଟାନ୍‌ସିଂକୁ ପ୍ରୋତ୍ସାହନ ଦେବା । ତେବେ ଲୋକମାନଙ୍କ ଅବହେଳା ଯୋଗୁଁ କୋରୋନା ଆକ୍ରାନ୍ତ ସଂଖ୍ୟା ଧିରେଧିରେ ବଢ଼ୁଥିବା ଦେଖିବାକୁ ମିଳିଛି ।

ଏବେସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା 605ରେ ପହଞ୍ଚିଥିବା ବେଳେ ମୃତକଙ୍କ ସଂଖ୍ୟା 11ରେ ପହଞ୍ଚିଛି । 46 ଜଣ ଆକ୍ରାନ୍ତ ଠିକ୍‌ ହୋଇ ଘରକୁ ଫେରିଛନ୍ତି । କୋରୋନାରେ ଅଧିକ ମହାରାଷ୍ଟ୍ର ଏବଂ କେରଳ ପ୍ରଭାବିତ ହୋଇଛି । ମହାରାଷ୍ଟ୍ରରେ 112 ଏବଂ କେରଳରେ 105 ପଜିଟିଭ୍‌ ମାମଲା ସାମ୍ନାକୁ ଆସିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top