ଦେଶ

ଭାରତରେ କୋରୋନା ଆକ୍ରାନ୍ତଙ୍କ ମଧ୍ୟରେ ୮୩ ପ୍ରତିଶତ ପୁରୁଷ: ଆଇସିଏମଆର

ନୂଆଦିଲ୍ଲୀ: ଭାରତରେ କୋରୋନା ଆକ୍ରାନ୍ତଙ୍କ ମଧ୍ୟରେ 83 ପ୍ରତିଶତ ପୁରୁଷ ଅଛନ୍ତି । ଏହି 83 ପ୍ରତିଶତରେ କେବଳ 81 ପ୍ରତିଶତ ରୋଗୀ 50 ବର୍ଷ ବୟସର ସାମିଲ ଅଛନ୍ତି । ଏହାର ସୂଚନା ଦେଇଛି ଇଣ୍ଡିଆନ କାଉନ୍ସିଲ  ଅଫ୍‌ ମେଡିକାଲ ରିସର୍ଚର ବୈଜ୍ଞାନିକମାନେ ।

ଆଇସିଏମଆରର ବୈଜ୍ଞାନିକମାନେ  କୋରୋନା  ଆକ୍ରାନ୍ତଙ୍କ ଉପରେ ଅଧ୍ୟୟନ କରିଥିଲେ । ଏହି ରିସର୍ଚରେ  ଆଇସିଏମଆରର 20 ବୈଜ୍ଞାନିକ ଦେଶର 20ଟି ରାଜ୍ୟର 52 ଜିଲ୍ଲାରେ ଭର୍ତ୍ତି ହୋଇଥିବା 5911 ରୋଗୀଙ୍କ ପରୀକ୍ଷଣ କରିଥିଲେ । ଏହି ଅଧ୍ୟୟନର ଫଳାଫଳ ଇଣ୍ଡିଆନ ଜର୍ନଲ ଅଫ ମେଡିକାଲ ରିସର୍ଚ ପବ୍ଲିସ୍‌ କରିଛି ।

ତେବେ  ଅଧ୍ୟୟନରେ ବୈଜ୍ଞାନିକମାନେ  ଜାଣିବାକୁ ପାଇଥିଲେ ଯେ, ଭାରତରେ କୋରୋନା ଭାଇରସ୍‌ରେ ଆକ୍ରାନ୍ତ ହେଉଥିବ ପ୍ରାୟ ରୋଗୀଙ୍କ ବୟସ 54 ବର୍ଷ । ଏବଂ ଏଥିରୁ 83.3 ପ୍ରତିଶତ ପୁରୁଷ ସାମିଲ ଅଛନ୍ତି ।ଏହାର ଅର୍ଥ ଏହା ଯେ, କୋରୋନା ସଂକ୍ରମିତ ମହିଳାମାନେ   କେବଳ 16.7 ପ୍ରତିଶତ ଅଛନ୍ତି ।  ଏହି ରୋଗୀଙ୍କ ମଧ୍ୟରେ 81 ପ୍ରତିଶତ ଲୋକ 50 ବର୍ଷରୁ ଅଧିକ ଅଛନ୍ତି ବୋଲି ରିସର୍ଚ କହିଛି।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top