ଖେଳ

ଭାରତୀୟ ଫୁଟବଲ ଖେଳାଳିମାନେ ବିଦେଶର ଫୁଟବଲ ଲିଗ ଖେଳିବା ଆବଶ୍ୟକ- ବାଇଚୁଙ୍ଗ ଭୂତିଆ

ଅର୍ଗସ ବ୍ୟୁରୋ : ଭାରତୀୟ ଦଳର ଫୁଟବଲ ଖେଳାଳିମାନେ ବିଦେଶରେ ଆୟୋଜିତ ହେଉଥିବା ଫୁଟବଲ ଲିଗ ମାନଙ୍କରେ ଖେଳିବା ଆବଶ୍ୟକ ବୋଲି କହିଛନ୍ତି ପୂର୍ବତନ ଭାରତୀୟ ଫୁଟବଲ ଦଳର ଅଧିନାୟକ ବାଇଚୁଙ୍ଗ ଭୂତିଆ । ବିଦେଶୀ ଲିଗ ମାନଙ୍କରେ ଖେଳିବା ଦ୍ୱାରା ଭାରତୀୟ ଖେଳାଳିଙ୍କ ଦକ୍ଷତା ବିକାଶ ହୋଇପାରିବ । ଯାହାଦ୍ୱାରା ଦେଶରେ ଫୁଟବଲର ମଧ୍ୟ ବିକାଶ ହେବ ବୋଲି ଭୂତିଆ କହିଛନ୍ତି ।

ବାଇଚୁଙ୍ଗ ଭୂତିଆ ପ୍ରଥମ ଭାରତୀୟ ଫୁଟବଲ ଖେଳାଳି ଭାବେ ବିଦେଶୀ କ୍ଲବ ପାଇଁ ଫୁଟବଲ ଖେଳିଥିଲେ । ସେ ୧୯୯୯ ମସିହାରେ ଇଂଲଣ୍ଡର ବୁରୀ ଫୁଟବଲ କ୍ଲବ ପାଇଁ ଫୁଟବଲ ଖେଳିଥିଲେ । ଏହା ସହ ମହମ୍ମଦ ସଲିମଙ୍କ ଦ୍ୱିତୀୟ ଭାରତୀୟ ଭାବେ ସେ ୟୁରୋପରେ ପ୍ରଫେସନାଲ ଫୁଟବଲ ଖେଳିଥିଲେ । ବାଇଚୁଙ୍ଗ ଭୂତିଆ ୮୨ ଟି ମ୍ୟାଚ ଖେଳି ୪୧ଟି ଗୋଲ ସ୍କୋର କରିଛନ୍ତି । ସେହିପରି ବୁରୀ ଫୁଟବଲ ଲିଗ ପକ୍ଷରୁ ୩୭ଟି ମ୍ୟାଚ ଏବଂ ପେରାକ ଫୁଟବଲ ପକ୍ଷରୁ ୮ଟି ମ୍ୟାଚ ଖେଳିଛନ୍ତି ।

ବର୍ତ୍ତମାନ ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ, ଗୋଲ କିପର ସୁବ୍ରତ ପଲ ଏବଂ ଗୁରୁପ୍ରୀତ ସିଂ ସାନ୍ଧୁ ମଧ୍ୟ ବିଭିନ୍ନ ବିଦେଶୀ ଲିଗ ତରଫରୁ ଫୁଟବଲ ଖେଳୁଛନ୍ତି । କେବଳ ଖାଲି ୟୁରୋପ ନୁହେଁ କତର, ୟୁଏଇ, ଜାପାନ ଆଦି ଲିଗ ହେଉଛି ୟୁରୋପିଆନ ଲିଗ ସଦୃଶ । ତେଣୁ ଭାରତୀୟ ଖେଳାଳିମାନେ ଏହି ସବୁ ଲିଗ ମାନଙ୍କରେ ମଧ୍ୟ ଅଂଶଗ୍ରହଣ କରିବା ନିହାତି ଆବଶ୍ୟକ । ଏହା ସହ ଭରତର ଯୁବ ଫୁଟବଲ ଖେଳାଳିମାନଙ୍କୁ ଲୋକଲୋଚନକୁ ଆଣିବା ନିମନ୍ତେ ଆଇଏସଏଲ ଏକ ମାଧ୍ୟମ ବୋଲି ଭୂତିଆ ମତ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top