ଦେଶ

ଭାରତୀୟ ସେନାର ବଡ଼ ସଫଳତା, ଏନକାଉଣ୍ଟରରେ ଜୈଶ-ଏ-ମହମ୍ମଦର ଜଣେ କମାଣ୍ଡର ନିହତ

ଏପ୍ରିଲ ମାସର ଦୁଇ ସପ୍ତାହ ମଧ୍ୟରେ 10 ଆତଙ୍କବାଦୀ ମୃତ।
ଗତକାଲି ବିଳମ୍ବିତ ରାତିରେ ଭାରତୀୟ ସେନାକୁ ବଡ଼ ଧରଣର ସଫଳତା।
ସୂଚନା ଦେଲେ ଉତ୍ତର କାଶ୍ମୀର ଡିଆଇଜି ସୁଲେମାନ ଚୌଧୁରୀ।
ସର୍ଚ୍ଚ ଅପରେଶନ ଜାରି।

ନୂଆଦିଲ୍ଲୀ : ସାରା ଭାରତରେ କୋରୋନା ଲଢେଇ ଜାରି ରହିଥିବା ବେଳେ ଭାରତର ସୀମାରେ ଜମ୍ମୁରେ ଚାଲିଛି ଆତଙ୍କବାଦୀଙ୍କ ସହ ସେନାର ଲଢେଇ। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଭାରତ ଉପରେ ଆକ୍ରମଣ ପାଇଁ ଯୋଜନା କରୁଛି ଆତଙ୍କବାଦୀ ସଂଗଠନ। ତେବେ ଆତଙ୍କୀଙ୍କ ଏହି ଯୋଜନକୁ ପଣ୍ଡ କରୁଛି ଭାରତୀୟ ସେନା। ଏହି କ୍ରମରେ ଗତକାଲି ଜାମ୍ମୁ କାଶ୍ମୀରର ବାରାମୂଳା ଜିଲ୍ଲାର ସୋପୋରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଏନକାଉଣ୍ଟରରେ ଭାରତୀୟ ସେନାକୁ ବଡ଼ ଧରଣର ସଫଳତା ମିଳିଛି। ସେନାର ଗୁଡ଼ିରେ ଜଣେ ଜୈଶ-ଏ-ମହମ୍ମଦର କମାଣ୍ଡର ନିହତ ହୋଇଛି। ମୃତକ ଆତଙ୍କବାଦୀ ଜଣକ ହେଉଛି ସଜାଦ ନବାବ ଡାର। ତେବେ ଏହି ଅପରେଶନରେ ଭାରତୀୟ ସେନା ରାଇଫଲ ସହ ଅନେକ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଗତକାଲି ବିଳମ୍ବିତ ରାତ୍ରୀରେ ଉତ୍ତର କାଶ୍ମୀରର ଡିଅାଇଜି ସୁଲେମାନ ଚୌଧୁରୀ ଏନେଇ ସୂଚନା ଦେଇଛନ୍ତି।

କିଛିଦିନ ପୂର୍ବରୁ ଦକ୍ଷିଣ କାଶ୍ମୀରର ଏକ ଅପରେଶନରେ ସେନାକୁ ବଡ଼ ସଫଳତା ମିଳିଥିଲା। 24 ଘଣ୍ଟାରେ 9 ଜଣ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛି ସେନା। ତେବେ ଭାରତୀୟ ଗୁଇନ୍ଦା ବିଭାଗର ସୂଚନା ମିଳିବା ପରେ ମଙ୍ଗଳବାର ରାତିରୁ ଅପରେସନ ଆରମ୍ଭ ହୋଇଥିଲା। 22 ରାଷ୍ଟ୍ରୀୟ ରାଇଫଲ, ଜମ୍ମୁ ପୋଲିସ, କେନ୍ଦ୍ରୀୟ ସୁରକ୍ଷା ବଳ, ସ୍ୱତନ୍ତ୍ର ସୀମା ବଳଙ୍କ ମିଳିତ ସହଯୋଗରେ ଏହି ଅପରେଶନ ହୋଇଥିଲା। ପାଖାପାଖି 12 ଘଂଟାର ସର୍ଚ୍ଚ ଅପରେଶନ ପରେ ବୁଧବାର ସକାଳେ ଆତଙ୍କବାଦୀ ସହ ସେନା ମୁହାଁମୁହିଁ ହୋଇଥିଲା। ଏହି ଅପରେଶନରେ ଏ କେ ରାଇଫଲ ସହ ଅନେକ ବିସ୍ଫୋରକ ସାମଗ୍ରୀ ସେନା ଜବତ କରିଛି। ତେବେ ଖବର ଲେଖାଯିବା ସୁଦ୍ଧା ଏହି ଅପରେଶନରେ ସେନାର କୌଣସି କର୍ମୀ ଆହତ ହୋଇ ନଥିବା ସୂଚନା ମିଳିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top