ନ୍ୟୁଜ୍

ଭୋକିଲା ମୁହଁରେ ହସ ଫୁଟାଇଲେ ଡ୍ରାଇଭର

Driver

ସମ୍ୱଲପୁର:  ଭୋକିଲା ମୁହଁରେ ହସ ଫୁଟାଇଲେ ଡ୍ରାଇଭର । ଡ୍ରାଇଭରଙ୍କ ଦ୍ଵାରା ସେବା କାର୍ଯ୍ୟ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଲକ ଡାଉନର ଡାକରା ଦିଆଯାଇଛି । ଯାହା ଫଳରେ ଅତିଆବଶ୍ୟକ ସାମଗ୍ରୀ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଯାହା ଫଳରେ ବୁର୍ଲା ମେଡ଼ିକାଲକୁ ଆସୁଥିବା ଶହ ଶହ ସଂଖ୍ୟାରେ ରୋଗୀ ଓ ରୋଗୀସମ୍ପର୍କୀୟ ଭୋକ ଉପାସରେ ଆଉଟୁ ପାଉଟୁ ହେଉଥିବାର ଦେଖା ଦେଇଥିଲା । ଫଳରେ ଭୀମସାର ନିକଟରେ ଥିବା ମା ତାରିଣୀ ଟେକ୍ସି ଷ୍ଟାଣ୍ଡର ଡ୍ରାଇଭରମାନେ ଏହି ଅସହାୟଙ୍କୁ ସହ ଯୋଗର ସାହାଯ୍ୟ ହାତ ବଢ଼ାଇଛନ୍ତି ।
ମାନବିକତା ଦେଖାଇଲେ ଡ୍ରାଇଭର ।

ଗରିବ ଲୋକଙ୍କୁ ଖାଇବା ଦେଇ ଲୋକଙ୍କ ସେବା କରିଛନ୍ତି । ଲକ ଡାଉନ ଫଳରେ ବନ୍ଦ ହୋଇଛି ଦୋକାନବଜାର, ହୋଟେଲ ସବୁକିଛି। ଫଳରେ ବୁର୍ଲା ଭୀମସାରକୁ ଆସୁଥିବା ଶହ ଶହ ସଂଖ୍ୟାରେ ରୋଗୀ ଓ ରୋଗୀସମ୍ପର୍କୀୟ ଦୁଇ ବେଳା ଖାଦ୍ୟ ଦୁଇ ମୁଠା ପାଇଁ ହଇରାଣ ହେଉଥିବା ଦେଖିବାକୁ ମିଳିଥିଲା। ଏହି ରୋଗୀସମ୍ପର୍କୀୟଙ୍କର ଅସୁବିଧାକୁ ବୁଝିବା ସହ ସେମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଜଣେ ଡ୍ରାଇଭର । ଭୀମସାର ନିକଟରେ ଥିବା ମା ତାରିଣୀ ଟେକ୍ସି ଷ୍ଟାଣ୍ଡର ଡ୍ରାଇଭର ମାନେ ସହଯୋ ର ହାତ ବଢ଼ାଇଛନ୍ତି ।

ଡ୍ରାଇଭର ମାନେ ନିଜ ଖର୍ଚ୍ଚରେ ଆଜିକୁ ଛଅ ଦିନ ଧରି ପ୍ରତିଦିନ ଲୋକଙ୍କୁ ଦୁଇବେଳା ଖାଇବାକୁ ଦେଇଛନ୍ତୁ । ଭୀମସାରର ଟିଭି ୱାର୍ଡ, କ୍ୟାନସର ୱାର୍ଡ ଠାରୁ ଆରମ୍ଭ କରି ଭୀମସାର ର ସମସ୍ତ ବିଭାଗ ସହିତ ରାସ୍ତା କଡରେ ବସିଥିବା ଅସହାୟଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରୁଛନ୍ତି। ଏବଂ ଏହାଦ୍ୱାରା ସେମାନଙ୍କୁ ଆତ୍ମସନ୍ତୋଷ ମିଳୁଥିବା ଡ୍ରାଇଭର ମନେ ପ୍ରକାଶ କରିଛନ୍ତି। ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ ଦୁଇ ବେଳା ଅନ୍ନ ମୁଠାଏ ପାଇ ଡ୍ରାଇଭରମାନଙ୍କୁ ଅଶେଷ କୃତଜ୍ଞତା ଜଣାଇଛନ୍ତି ରୋଗୀଙ୍କସମ୍ପର୍କୀୟ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top