ଦେଶ

କରୋନା ମାଡ଼ : ଆମେରିକାର ଅର୍ଥନୀତି ସୁଧାରିବେ ଭାରତୀୟ

ଆମେରିକାର ଅର୍ଥନୀତି ସୁଧାରିବେ ଭାରତୀୟ ଟେକ୍ନୋକ୍ରାଟ୍ ଏବଂ ବିଜିନେସ୍ ପ୍ରଫେସନାଲ୍‌
ବାଟ ବତେଇବେ କେମିତି କରୋନା ପରବର୍ତୀ ଅର୍ଥନୀତିକୁ ସଜାଡ଼ିବ ଆମେରିକା
ରାଷ୍ଟ୍ରପତି ଟ୍ରମ୍ପଙ୍କ ଇକୋନୋମୀ ଆଡ଼ଭାଇଜର୍ସ ଟିମରେ ସ୍ଥାନ ପାଇଲେ ୬ ଜଣ ଭାରତୀୟ
ପ୍ରମୁଖ ସ୍ଥାନରେ ଅଛନ୍ତି ସୁନ୍ଦର ପିଚାଇ ଏବଂ ସତ୍ୟ ନାଡ଼େଲା

ଅର୍ଗସ ବ୍ୟୁରୋ : କରୋନା ଯୋଗୁଁ ଏବେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଆମେରିକା । ସଂକ୍ରମଣକୁ ରୋକିବା ଦିଗରେ ବିଳମ୍ବ ପଦକ୍ଷେପ ଯୋଗୁଁ ଏବେ ବହୁମୂଲ୍ୟ ଦେବାକୁ ପଡ଼ୁଛି ସେ ଦେଶକୁ । ଏପ୍ରିଲ ୧୬ ସୁଦ୍ଧା ଆମେରିକାରେ କରୋନା ସଂକ୍ରମଣ ଟପି ସାରିଲାଣି ୬ ଲକ୍ଷ ୪୪ ହଜାର ଏବଂ ମୃତ୍ୟୁ ସଂଖ୍ୟା ୨୮ ହଜାର ୫ ଶହ । ଦୈନିକ ନୂଆ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଲକ୍ ଡାଉନ୍ ଯୋଗୁଁ ସବୁ କାମ ବନ୍ଦ । କରୋନା ସଂକ୍ରମଣ ରୋକିବା ଦିଗରେ ଟ୍ରମ୍ପ୍ ପ୍ରଶାସନ ଦୃଢ଼ ପଦକ୍ଷେପ ନେଲେ ବି ପରିସ୍ଥିତି କେବେ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିବ ତାହା ନିର୍ଦ୍ଦିଷ୍ଟ ଭାବରେ କହିବା ସମ୍ଭବ ହୋଇ ପାରୁନି । ଟ୍ରମ୍ପଙ୍କ ରାଜନୈକିକ କ୍ୟାରିୟର ଏବେ ସଙ୍କଟରେ ପଡ଼ିବା ସହିତ ସେ ଦେଶର ଅର୍ଥନୀତୈକ ପ୍ରଗତି ମଧ୍ୟ ବଧାପ୍ରାପ୍ତ ହୋଇଛି । ତେବେ କରୋନା ପରବର୍ତୀ ଆମେରିକାର ଅର୍ଥନୀତି କିପରି ସୁଧାରି ହେବ ସେ ବାଦଦରେ ଏବେଠାରୁ ଚିନ୍ତା କରୁଛି ଟ୍ରମ୍ପ ପ୍ରଶାସନ । ସେଥିପାଇଁ ବଛାଯାଇଛି ୨ ଶହ ଆମେରିକୀୟଙ୍କୁ । ସେମାନେ ସମସ୍ତେ ହେଉଛନ୍ତି ବିଭିନ୍ନ ଶିଳ୍ପ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଟପ୍ ଲିଡ଼ର୍ସ ଏବଂ ପ୍ରଫେସନାଲ୍ସ ।

ଯୋଜନା ଅନୁସାରେ ଟ୍ରମ୍ପ୍ ସେମାନଙ୍କୁ ନେଇ ଗଠନ କରିବେ ମୋଟ ୧୮ ଟି ଗ୍ରୁପ୍ । ସେହି ଗ୍ରୁପ୍ ପରାମର୍ଶ ଦେବେ କରୋନା ପରବର୍ତୀ ଆମେରିକାର ଅର୍ଥନୀତିକୁ ସୁଧାରିବା ପାଇଁ କେଉଁ କ୍ଷେତ୍ରରେ କ’ଣ କରାଯିବା ଉଚିତ୍ । ସେହି ଅନୁସାରେ ପଦେକ୍ଷେପ ନେବ ଟ୍ରମ୍ପ୍ ପ୍ରନ୍ସନ । ତେବେ ସବୁଠାରୁ ବଡ଼ କଥା ହେଲା ସେହି ତାଲିକାର ପ୍ରମୁଖ ସ୍ଥାନ ଦିଆ ଯାଇଛି ୬ ଜଣ ଭାରତୀୟଙ୍କୁ ।
ଗୁଗୁଲର ସିଇଓ ସୁନ୍ଦର ପିଚାଇ, ମାଇକ୍ରୋସଫ୍ଟର ସତ୍ୟ ନାଡ଼େଲା, ଆଇବିଏମ୍‌ର ଅରବିନ୍ଦ କ୍ରିଷ୍ଣା, ମାଇକ୍ରନ୍‌ର ସଞ୍ଜୟ ମେହେରୋତ୍ରାଙ୍କ ଭଳି ଟେକ୍ନୋକ୍ରାଟମାନେ ଥିବାବେଳେ ପର୍ନୋଡ୍ ରିକାର୍ଡର ଆନ୍ ମୁଖାର୍ଜୀ ଏବଂ ମାଷ୍ଟର କାର୍ଡର ଅଜୟ ବାଙ୍ଗାଙ୍କ ଭଳି ବିଜିନେସ୍ ପ୍ରଫେସନାଲମାନେ ମଧ୍ୟ ସ୍ଥାନ ପାଇଛନ୍ତି ଟ୍ରମ୍ପଙ୍କ କ୍ରାଇସିସ୍ ମ୍ୟାନେଜମେଂଟ୍ ଟିମ୍‌ରେ ।

ଆମେରିକାର ବିଜ୍ଞାନ ଏବଂ ପ୍ରଯୁକ୍ତି ତଥା ବ୍ୟବସାୟିକ ସାମ୍ରାଜ୍ୟରେ ଭାରତୀୟଙ୍କର ବେଶ୍ ପ୍ରଭାବ ରହିଛି । ଏ କଥା ବି କୁହାଯାଇପାରେ ଭାରତୀୟଙ୍କୁ ଛାଡ଼ି ଆମେରିକାର ଅର୍ଥନୀତି ଆଗେଇବା କୌଣସି ପରିସ୍ଥିତିରେ ବି ସମ୍ଭବ ନୁହେଁ । ଏବେ ଭାରତୀୟ ଟେକ୍ନୋକ୍ରାଟ ଏବଂ ବିଜିନେସ୍ ପ୍ରଫେସନାଲଙ୍କୁ ଟ୍ରମ୍ପ୍ ତାଙ୍କ ଟିମ୍‌ରେ ସ୍ଥାନ ଦେଇ ପୁଣି ଭାରତୀୟଙ୍କ ଗୁରୁତ୍ୱ ବଢ଼େଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top