ଦେଶ

ମହାବାତ୍ୟା ପରବର୍ତୀ ପରିଚାଳନା କାର୍ଯ୍ୟ ପାଇଁ ପଶ୍ଚିମବଙ୍ଗକୁ 10ଟି ଅତିରିକ୍ତ NDRF ଦଳ ପଠାଇଲା କେନ୍ଦ୍ର

ନୂଆଦିଲ୍ଲୀ : ମହାବାତ୍ୟା ଅମ୍ଫାନର କ୍ଷୟକ୍ଷତି ପରିଚାଳନା ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଆଜି ପଶ୍ଚିମବଙ୍ଗରେ 10 ଟି ଅତିରିକ୍ତ NDRF ଦଳ ନିୟୋଜନ କରାଯାଇଛି। ଏହି ଅତିରିକ୍ତ ଦଳ ନିୟୋଜନ ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ମୁଖ୍ୟ ଶାସନ ସଚିବ ବିପର୍ଯ୍ୟୟ ପରିଚାଳନା ଏବଂ ସିଭିଲ୍ ଡିଫେନ୍ସ୍ର ଲିଖିତ ଅନୁରୋଧ କରିଥିଲେ। ଏହି ଅନୁରୋଧ ଅନୁସାରେ (10) ଅତିରିକ୍ତ ଏନଡିଆରଏଫ୍ ଦଳ ପଠାଯାଇଛି। ଆଜି ବିଳମ୍ବିତ ରାତି ସୁଦ୍ଧା ଦଳ କୋଲକାତାରେ ପହଞ୍ଚିବାର ସମ୍ଭାବନା ରହିଛି ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ମହାବାତ୍ୟାର ପୁନରୁଦ୍ଧାର କାର୍ଯ୍ୟ ପାଇଁ ବର୍ତ୍ତମାନ ପଶ୍ଚିମବଙ୍ଗର ବିଭିନ୍ୟ ଅଞ୍ଚଳରେ 26 ଟି NDRF ଦଳ ନିୟୋଜିତ ହୋଇଛନ୍ତି। ବର୍ତ୍ତମାନ ଏହି 10 ଦଳକୁ ମିଶାଇ ମୋଟ 36 ଟି ଦଳ ପଶ୍ଚିମବଙ୍ଗର 6ଟି ଜିଲ୍ଲାରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବେ। ମହାବାତ୍ୟା ହେବାର ଗୋଟିଏ ଦିନ ପରେ ପ୍ରଧାନମନ୍ତ୍ରୀ ନିଜେ ଯାଇ ସ୍ଥିତି ସମୀକ୍ଷା କରିବା ସହ ଏକ ହଜାର କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଏହାସହ କେନ୍ଦ୍ର ସରକାର ସବୁ ପ୍ରକାର ସାହାଯ୍ୟ ସହଯୋଗ କରିବେ ବୋଲି କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top