ଖେଳ

ମହାମାରୀ କୋରୋନା ବିରୋଧରେ ଚାଲିଥିବା ଲଢେଇରେ ପୁଣିଥରେ ସହାୟତାର ହାତ ବଢ଼ାଇଲେ ସଚିନ ତେନ୍ଦୁଲକର

ମୁମ୍ବାଇ: ପୁଣି ସହାୟତାର ହାତ ବଢାଇଲେ ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୂୁଲକର । ମହାମାରୀ କୋରୋନା ବିରୋଧରେ ଚାଲିଥିବା ଲଢେଇରେ ପୁଣିଥରେ ସହାୟତାର ହାତ ବଢ଼ାଇଛନ୍ତି ସଚିନ ତେନ୍ଦୁଲକର। ପୂର୍ବରୁ ୫୦ଲକ୍ଷ ଟଙ୍କାର ସହାୟତାର ପ୍ରଦାନ କରିଥିବା ସଚିନ ଆଉ ଏକ ବଡ଼ ଘୋଷଣା କରିଛନ୍ତି । ସଚିନ ଏବେ ଗୋଟିଏ ମାସରେ ୫ହଜାର ଗରିବଙ୍କୁ ଖାଦ୍ୟ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ଏକ ଅଣ ସରକାରୀ ସଂଗଠନ (ଏନଜିଓ) ଅପନାଳୟ ଏ ସମ୍ବନ୍ଧରେ ଟ୍ୱିଟ୍ କରି ସୂଚନା ଦେଇଛି। ଏହି ସଂଗଠନ ସଚିନଙ୍କୁ ଧନ୍ୟବାଦ ଜଣାଇ ଲେଖିଛି, ସଚିନ ତେନ୍ଦୁଲକରଙ୍କ ସହାୟତା ପାଇଁ ଧନ୍ୟବାଦ। ଏହି ଲକଡାଉନ୍ ସମୟରେ “ଅପନାଳୟ” ସର୍ବାଧିକ ସମସ୍ୟାର ସମ୍ମୁଖୀନ ହୋଇଥିବା ଲୋକଙ୍କୁ ସହାୟତା କରୁଛି। ସଚିନ ଗୋଟିଏ ମାସରେ ପ୍ରାୟ ୫ହଜାର ଲୋକଙ୍କର ଗ୍ରୋସରୀର ଦାୟିତ୍ୱ ବହନ କରିଛନ୍ତି ବୋଲି ଏହି ଏନଜିଓ ପ୍ରକାଶ କରିଛି

Click to comment

Leave a Reply

Your email address will not be published. Required fields are marked *

Most Popular

To Top