ଦେଶ

ମହାମାରୀ ସମୟରେ ଜନ୍ମ ନେଲେ ଯାଆଁଳା, ନାଁ ଦିଆଗଲା ‘କୋରୋନା ଓ କୋଭିଡ୍’

ଭୁବେନେଶ୍ୱର: କୋରୋନା ଭାଇରସ୍ ସଂକ୍ରମଣରେ ସମଗ୍ର ବିଶ୍ଵ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏହାର ନାଁ ଶୁଣିବା ମାତ୍ରେ ଲୋକେ ପରସ୍ପରଠୁ ଦୁରେଇ ହେଇଯାଆନ୍ତି। କିନ୍ତୁ ଛତିଶଗଡ ରାଜ୍ୟର ରାଜଧାନୀ ରାୟପୁରରେ ଜଣେ ଦମ୍ପତି ନିଜ ନବଜାତ ଯାଆଁଳା ଛୁଆଙ୍କ ନାଁ ‘କୋରୋନା ଓ କୋଭିଡ୍’ ରଖିଛନ୍ତି।

ଦମ୍ପତିଙ୍କ କହିବା ଅନୁସାରେ ଲକଡାଉନ ସମୟରେ ପ୍ରସବ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଲା। ସେଥିପାଇଁ ଏହି ସ୍ମୃତିକୁ ମନେ ରଖିବା ପାଇଁ ଏପରି ନାଁ ଆମେ ରଖିଲୁ।

ନବଜାତ ଯାଆଁଳା ଶିଶୁଙ୍କ ବାପା କହିଲେ, 26 ମାର୍ଚ ବିଳମ୍ବିତ ରାତିରେ ଉଭୟଙ୍କ ଜନ୍ମ ହେଲା। ସମଗ୍ର ଦେଶରେ କରୋନା ଯୋଗୁ ଲକଡାଉନ ଜାରି ରହିଥିବା ବେଳେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ତେବେ ମୋ ଛୁଆଙ୍କ ଜନ୍ମ ପରେ ମେଡିକାଲର ଅନେକ ଲୋକ ଏବଂ ସ୍ଥାନୀୟ ଲୋକମାନେ ଏମାନଙ୍କୁ କରୋନା ଏବଂ କୋଭିଡ୍ ନାଁ ରେ ଡାକିଲେ। ଶିଶୁକନ୍ୟା ନାଁ କରୋନା ରହିଥିବା ବେଳେ ଶିଶୁପୁତ୍ର ନାଁ କୋଭିଡ୍ ରଖାଯାଇଛି।

ଉତ୍ତର ପ୍ରଦେଶର ମୂଳନିବାସୀ ହେଉଛନ୍ତି ଏହି ଦମ୍ପତି। ବର୍ତ୍ତମାନ ସେମାନେ ଛତିଶଗଡର ରାୟପୁର ଜିଲ୍ଲା ଅନ୍ତର୍ଗତ ପୁରୁଣା ବସ୍ତି ଅଞ୍ଚଳରେ ରହୁଛନ୍ତି। ଆଗାମୀ ସମୟରେ ଉଭୟଙ୍କ ନାଁ ବଦଳେଇ ଦିଆଯିବ ବୋଲି ଦମ୍ପତି କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top