ଦେଶ

ମହାରାଷ୍ଟ୍ରରେ 60 ଜମାତ ସଦସ୍ୟ ନିଖୋଜ

ଅର୍ଗସ ବ୍ୟୁରୋ : ମହାରାଷ୍ଟ୍ରରେ 60 ଜମାତ ସଦସ୍ୟ ନିଖୋଜ । ଯାହା ଏବେ ମହାରାଷ୍ଟ୍ର ସରକାରଙ୍କ ନିଦ ହଜାଇ ଦେଇଛି । ନିଜ ସମ୍ପର୍କରେ ତୁରନ୍ତ ଥାନାରେ ନଜଣାଇଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମହାରାଷ୍ଟ୍ର ସରକାର ସେମାନଙ୍କୁ ଚେତାବନୀ ଦେଇଛନ୍ତି । ରାଜ୍ୟର 60 ଜଣ ଦିଲ୍ଲୀସ୍ଥିତ ନିଜାମଉଦ୍ଦିନ ଜମାତ ସଦସ୍ୟଙ୍କ ପତ୍ତା ମିଳୁନି । ଯାହାକୁ ନେଇ ମହାରାଷ୍ଟ୍ର ସରକାରଙ୍କ ଚିନ୍ତା ବଢିଯାଇଛି । ମହାରାଷ୍ଟ୍ରରେ ମହାମାରୀ ବଢାଉଛି ଚିନ୍ତା । ଦିନକୁ ଦିନ ଏଠାରେ କରୋନା ଭୂତାଣୁ ଅତି ଦ୍ରୁତି ଗତିରେ ବ୍ୟାପିବାରେ ଲାଗିଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ଅତିକ୍ରମ କରିଛି। ଏହା ସହିତ ୬୪ ଜଣଙ୍କର ମୃତ୍ୟୁ ହୋଇଛି ।

ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ରାଜଧାନୀ ତଥା ବାଣିଜ୍ୟ ନଗରୀ ମୁମ୍ବାଇରେ ୬୪୨ରୁ ଅଧିକ ସଂକ୍ରମିତ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ଏହି ରାଜ୍ୟରେ ୧୫୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ସ୍ଥିତିରେ ରାଜ୍ୟ ପାଇଁ ଆହୁରି ଚିନ୍ତା ବଢ଼ାଇଛନ୍ତି ଦିଲ୍ଲୀ ନିଜାମୁଦ୍ଦିନର ତବଲିଗୀ ଜମାତ ସଦସ୍ୟମାନେ। ତବଲିଗୀ ଜମାତରୁ ମହାରାଷ୍ଟ୍ରକୁ ଫେରିଥିବା ପ୍ରାୟ ୬୦ ସଦସ୍ୟ କେଉଁ ଆଡ଼େ ଗାଏବ ହୋଇଯାଇଛନ୍ତି। ସେମାନେ ସରକାରଙ୍କୁ କୌଣସି ତଥ୍ୟ ଦେଇ ନ ଥିବା ରାଜ୍ୟର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ସୂଚନା ଦେଇଛନ୍ତି । ଏନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ କହିଛନ୍ତି, ଯେ ଏହି ୬୦ ଜଣଙ୍କ ମୋବାଇଲ ଫୋନ ବି ସୁଇଚ୍‌ ଅଫ ରହିଛି। ସେ ଏହି ସଦସ୍ୟମାନଙ୍କୁ ଚେତାବନୀ ଦେଇ କହିଛନ୍ତି, ସେମାନେ ଯେଉଁଠି ବି ଅଛନ୍ତି ସେଠାକାର ଥାନାରେ ନିଜ ବିଷୟରେ ସୂଚନା ଦିଅନ୍ତୁ ଏବଂ ସ୍ବାସ୍ଥ୍ୟ ପରୀକ୍ଷା କରାଇ କ୍ବାରେଣ୍ଟାଇନରେ ରୁହନ୍ତୁ। ଯଦି ସେମାନେ ଏହି ଆଦେଶ ପାଳନ ନ କରନ୍ତି, ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସକୁ ନିର୍ଦେଶ ଦିଆଯାଇଛି। ଦେଶରେ ସବୁଠାରୁ ଅଧିକ କରୋନା ପଜିଟିଭ ମହାରାଷ୍ଟ୍ରରେ ଚିହ୍ନଟ ହୋଇଛନ୍ତି । ଯାହା ପରେ ରାଜ୍ୟରେ ସ୍ଥିତି ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top