ନ୍ୟୁଜ୍

ମାସ୍କ ନପିନ୍ଧିଲେ ଗିରଫ ହେବେ- ଡିଜିପି

ଅର୍ଗସ ବ୍ୟୁରୋ : କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ନେଇଛନ୍ତି କଡ଼ା ପଦକ୍ଷେପ। ଏଣିକି ଛେପ ପକାଇଲେ, ମାସ୍କ ନପିନ୍ଧିଲେ ଦେବାକୁ ପଡ଼ିବ ଜରିମାନା। ଏ ନେଇ ପୋଲିସ ଡିଜି ସୂଚନା ଦେଇଛନ୍ତି।

ପୋଲିସ ଡିଜି କହିଛନ୍ତି ଯେ, ପ୍ରଥମ ଓ ଦ୍ଵିତୀୟ ଥର ନିୟମ ଭାଙ୍ଗି ଧରାପଡ଼ିଲେ ଦେବାକୁ ପଡ଼ିବ 5 ଶହ ଜରିମାନା। ସେହିପରି ତୃତୀୟ ଥର ନିୟମ ଭାଙ୍ଗି ଧରାପଡ଼ିଲେ ଦେବାକୁ ପଡ଼ିବ 1 ହଜାର ଜରିମାନା। କେବଳ ସେତିକି ନୁହେଁ ମାସ୍କ ନପିନ୍ଧିଲେ ଜରିମାନା ସହ ଗିରଫ ବି କରାଯିବ କହିଲେ ଡିଜିପି। ଏପିଡେମିକ୍ ଆକ୍ଟ ଅନୁସାରେ ଗିରଫ କରାଯିବ କହିଲେ ଡିଜିପି।

ତେଣୁ ବିନା କାରଣରେ କୁ ଆଡେ ନବୁଲିବାକୁ ଡିଜିପି ପରାମର୍ଶ ଦେଇଛନ୍ତି। 2 ଦିନ ସଟଡାଉନରେ କେବଳ ଔଷଧ ଦୋକାନ ଖୋଲା ରହିବ। ସାରା ଜୁନ୍ ମାସ ପାଇଁ ସପ୍ତାହକୁ 2 ଦିନ ସଟଡାଉନ କରାଯିବ। ଅନ୍ତ୍ୟେଷ୍ଟି କ୍ରିୟା ଅନୁମତି ନେଇ 20 ଜଣ ଏକାଠି ହୋଇପାରିବେ। ବିବାହ କାର୍ଯ୍ୟ ପାଇଁ ଅନୁମତି ନେଇ 50 ଜଣ ଏକାଠି ହୋଇପାରିବେ ବୋଲି ସେ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top