ନ୍ୟୁଜ୍

ମାସ୍କ ନପିନ୍ଧିଲେ 3 ବର୍ଷ ଜେଲଦଣ୍ଡ, ଜାଣନ୍ତୁ କେଉଁ ଦେଶରେ…

ଅର୍ଗସ ବ୍ୟୁରୋ : କୋରୋନା ସଂକ୍ରମଣ ରୋକିବା ପାଇଁ ସାରା ବିଶ୍ଵ ଚେଷ୍ଟା ଚଳାଇଛି। ଏଥିପାଇଁ ବହୁ କଠୋର ପଦକ୍ଷେପ ମଧ୍ୟ ଉଠାଯାଉଛି। କେଉଁ ଦେଶରେ ଦିଶା ନିର୍ଦ୍ଦେଶ ଜାରି କରାଯାଉଛି ତ କେଉଁଠାରେ ମାସ୍କ ନ ପିନ୍ଧିଲେ ଜରିମାନା ଆଦାୟ କରାଯାଉଛି। ତେବେ ଏହି ମଧ୍ୟରେ କତର ଦେଶ ଏକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏଠାରେ ଯଦି କେହି ମାସ୍କ ନପିନ୍ଧିବେ ତେବେ ସେମାନଙ୍କୁ 3 ବର୍ଷ ଜେଲ ଦଣ୍ଡ ସହ 55 ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ତେବେ ବିଶ୍ଵରେ କୋରୋନାକୁ ନେଇ ଏହା ଏଯାବତ୍ ସବୁଠୁ କଠୋର ଦଣ୍ଡ ବୋଲି କୁହାଯାଉଛି।

କତର ଦେଶରେ 30 ହଜାର ଲୋକ କୋରୋନା ସଂକ୍ରମିତ ହୋଇଛନ୍ତି। ଏଠାରେ 15 ଜଣଙ୍କର ମୃତ୍ୟୁ ଘଟିଛି। ଏହି ମହାମାରୀ ଭୁତାଣୁ ସହ ମୁକାବିଲା କରିବା ପାଇଁ କତର ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତେବେ କୋରୋନା ପ୍ରଭାବ ରୋକିବା ପାଇଁ 50ଟି ଦେଶ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। ସେହିପରି ଅନ୍ୟ କିଛି ଦେଶରେ ଶକ୍ତ ପଦକ୍ଷେପ ନିଆଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top