ନ୍ୟୁଜ୍

ମିହିକା ବାଜାଜଙ୍କ ସହ ନିର୍ବନ୍ଧ ବନ୍ଧନରେ ବାନ୍ଧି ହେଲେ ତେଲୁଗୁ ସିନେ ଷ୍ଟାର ରାଣା ଡଗୁବାଟ୍ଟୀ

ଅର୍ଗସ ବ୍ୟୁରୋ : ମିହିକା ବାଜାଜଙ୍କ ସହ ନିର୍ବନ୍ଧ ବନ୍ଧନରେ ବାନ୍ଧି ହେଲେ ତେଲୁଗୁ ସିନେ ଷ୍ଟାର ରାଣା ଡଗୁବାଟ୍ଟୀ। ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଉଭୟଙ୍କ ଫଟୋକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା। ପ୍ରଥମେ ରାଣା ଏହି ଉତ୍ସବକୁ ରୋକା କହୁଥିଲେ। ହେଲେ ଶେଷରେ ଏହାର ପୂର୍ଣ୍ଣଚ୍ଛେଦ ପକାଇଲେ ବାହୁବଳୀ ତାରକା।

ସେ କହିଥିଲେ ଯେ, ମିହିକା ବାଜାଜଙ୍କ ସହ ତାଙ୍କର ରୋକା ସମାରୋହ ହୋଇଛି। ସେହିପରି ଅଭିନେତ୍ରୀ ମିହିକା ଇନଷ୍ଟାଗ୍ରାମରେ ପ୍ରକାଶ କରିଥିଲେ ଯେ, ସେମାନଙ୍କର ରୋକା ସମାରୋହ ଥିଲା। ତେବେ ଏହି ରୋକା ସମାରୋହ ହେଉଛି ଏକ ପାରମ୍ପାରିକ କାର୍ଯ୍ୟ ଯେଉଁଠାରେ ବର ଏବଂ ବରର ପରିବାର ପରସ୍ପରକୁ ଭେଟି ବିବାହ ଗ୍ରହଣ ବିଷୟରେ ଆଲୋଚନା କରନ୍ତି। ସଂକ୍ଷେପରେ କହିବାକୁ ଗଲେ, ରୋକା ବିବାହ ଉତ୍ସବର ଆରମ୍ଭକୁ ଚିହ୍ନିତ କରିଥାଏ । ହେଲେ ଏହାପରେ ଖୋଦ ରାଣା ଡଗୁବାଟ୍ଟୀ ନିଜ ଇନଷ୍ଚାଗ୍ରାମ ଆକାଉଣ୍ଚରେ ଆନୁଷ୍ଠାନିକ ଭାବେ ଜଡିତ ହୋଇଥିବା ପ୍ରକାଶ କରିଥିଲେ । ସେ ଲୋକପ୍ରିୟ ଷ୍ଟାର ରାଣା “And it’s Official!!!” ବୋଲି ଲେଖି ନିଜ ଇନଷ୍ଚାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ତେବେ ରାଣା ମିହିକା ବାଜାଜ୍‌ଙ୍କ ସହ ନିର୍ବନ୍ଧ କରିବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ସେମାନେ ସେମାନଙ୍କ ଜୀବନକୁ ନେଇ କରିଥିବା ଏହି ବଡ଼ ଘୋଷଣାକୁ ନେଇ ସିନେ ଜଗତରେ ବେଶ ଚର୍ଚ୍ଚା ଚାଲିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top