ନ୍ୟୁଜ୍

ମୋଦିଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହେଲେ ସାଇନା…

saina

ନୂଆଦିଲ୍ଲୀ: ପଦ୍ମ ଧରିଲେ ସାଇନା । ବିଜେପିରେ ସାମିଲ ହେଲେ ବିଶ୍ୱର ଏକ ନମ୍ବର ବ୍ୟାଡ୍‌ମିଣ୍ଟନ ଖେଳାଳି ଭାବେ ଜଣାଶୁଣା ସାଇନା ନେହଓ୍ୱାଲ । ଭାରତ ତଥା ବିଶ୍ୱରରେ ଚର୍ଚ୍ଚତ ଏବଂ ଲୋକପ୍ରିୟ ବ୍ୟାଡ୍‌ ମିଣ୍ଟନ୍‌ ଖେଳାଳି ସାଇନା ନେହଓ୍ୱାଲ ବିଜେପିରେ ସାମିଲ ହୋଇଛନ୍ତି । ବିଜେପିର ବରିଷ୍ଠ ନେତା ତଥା ଓଡ଼ିଶା ପ୍ରଭାରୀ ଅରୁଣ ସିଂହଙ୍କ ଉପସ୍ଥିତିରେ ସାଇନା ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ତେବେ ସାଇନା ନେହୱାଲଙ୍କ ପୂର୍ବରୁ ଭାରତର ଲୋକପ୍ରିୟ ରେସଲର ଯୋଗେଶ୍ୱର ଦତ୍ତ ଓ ବବୀତା ଫୋଗାଟ୍‌ ମଧ୍ୟ ବିଜେପିରେ ସାମିଲ ହୋଇ ସାରିଛନ୍ତି । ଏମିତି କ୍ରିକେଟର ଗୌତମ୍‌ ଗମ୍ଭୀର ମଧ୍ୟ ନିକଟ ଅତୀତରେ ଦିଲ୍ଲୀରେ ବିଜେପିରେ ସାମିଲ ହୋଇଛନ୍ତି ।

ତେବେ ସାଇନା ବିଜେପିରେସାମିଲ ହେବା ପରେ ସଂଗଠନ ପ୍ରତି ଲୋକଙ୍କ ଆସ୍ଥା ମଜବୁତ୍‌ ହେବ । ଦିଲ୍ଲୀବାସୀ ବିଜେପିକୁ ଆହୁରି ଅଧିକ ପସନ୍ଦ କରିବେ । ଆସନ୍ତା 8ରେ ଦିଲ୍ଲୀରେ ନିର୍ବାଚନ ହେବାକୁ ଥିବା ବେଳେ ବିଜେପି ପାଇଁ ସାଇନା ପ୍ରଚାର କରିବେ ବୋଲି ଚର୍ଚ୍ଚା ହେଉଛି । ସାଇନା ଖେଳ ରତ୍ନ, ପଦ୍ମଶ୍ରୀ ପୁରଷ୍କାର, ପଦ୍ମଭୁଷଣ ଭଳି ସର୍ବୋଚ୍ଚ ପୁରଷ୍କାର ମଧ୍ୟ ପାଇସାରିଛନ୍ତି । ଏହି ଅବସରରେ ସାଇନାଙ୍କ ଭଉଣୀ ଚନ୍ଦାଂଶୁ ନେହଓ୍ୱାଲ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।

‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ପାଇଁ ଅନେକ କିଛି କରିଛନ୍ତି । ଦେଶର ବିକାଶ ପାଇଁ ସେ ପ୍ରତିବଦ୍ଧ । ଯେଉଁମାନେ କଠିନ ପରିଶ୍ରମୀ ସେମାନେ ମତେ ଭଲ ଲାଗନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ କାର୍ଯ୍ୟଶୈଳି ମୋ ପାଇଁ ପ୍ରେରଣା’ । ବିଜେପିରେ ସାମିଲ ହେବା ପରେ ଏଭଳି କହିଛନ୍ତି ସଟଲର ସାଇନା ନେହଓ୍ୱାଲ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top