ଦେଶ

ମେ’ 3 ପର୍ଯ୍ୟନ୍ତ ସବୁ ଘରୋଇ ଏବଂ ଆନ୍ତର୍ଜାତିକ ଯାତ୍ରୀ ବିମାନ ସେବା ବନ୍ଦ

ନୂଆଦିଲ୍ଲୀ:  ଭାରତ ସମେତ ବିଶ୍ୱର ୨୧୦ଟି ଦେଶ କୋରୋନା ମୁକାବିଲା ପାଇଁ ଲଢ଼େଇ ଜାରି ରଖିଛନ୍ତି । ଭାରତର ବିଭିନ୍ୟ ରାଜ୍ୟରେ ମଧ୍ୟ କୋରୋନା ସଂକ୍ରମିତ ଅଞ୍ଚଳକୁ ସିଲ କରି ଦିଆଯାଇଛି । ଆଜି 21 ଦିନର ଲକ୍‌ଡାଉନ୍‌ ଶେଷହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ 19 ଦିନର  ଲକ୍‌ଡାଉନ୍‌କୁ ବୃଦ୍ଧି କରି ମେ 3 ତାରିଖ ପର୍ଯ୍ୟନ୍ତ ଏହାର ସମୟ ଧାର୍ଯ୍ୟ କରିଛନ୍ତି। ଲକ୍‌ଡାଉନ୍‌କୁ ବୃଦ୍ଧି  ହୋଇଥିବାରୁ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ତତ୍କାଳ ନିଷ୍ପତି ନେଇଛି ଭାରତୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ।

ଏ ନେଇ ତୁରନ୍ତ ଟୁଇଟ୍ କରି ସୂଚନା ଦିଆଯାଇଛି। ଲକ୍‌ଡାଉନ୍‌କୁ ସରିବା ପର୍ଯ୍ୟନ୍ତ ଅର୍ଥାତ ମେ 3 ମଧ୍ୟରାତ୍ର ପର୍ଯ୍ୟନ୍ତ ସମସ୍ତ ଘରୋଇ ଏବଂ ଆନ୍ତର୍ଜାତିକ ଯାତ୍ରୀ ବିମାନ ସେବା ବନ୍ଦ ରହିବ ବୋଲି କୁହାଯାଇଛି।

ରେଳ ବିଭାଗ ଯେପରି ଲକ୍‌ଡାଉନ୍‌ ସମୟରେ ନିଜର ମାଲ ଗାଡି ଗୁଡିକ ଦ୍ୱାରା ସେବା ଜାରି ରଖିଛି । ବିମାନ ଚଳାଚଳ ବିଭଗ ମଧ୍ୟ ନିଜର ଯାତ୍ରୀ ବିମାନଗୁଡ଼ିକୁ ମାଲବାହକ ଭାବେ ବ୍ୟବହାର କରିବ।

ସରକାର ମାର୍ଚ୍ଚ ୨୫ ତାରିଖ ଠାରୁ ୨୧ ଦିନିଆ ଲକଡାଉନ ଘୋଷଣା କରିଥିଲେ । ମାତ୍ର ଅନ୍ତର୍ଜାତୀୟ ଉଡାନ ଲ୍ୟାଣ୍ଡ କରିବା ନେଇ ଲକଡାଉନ ପୂର୍ବରୁ କଟକଣା ଆରମ୍ଭ ହୋଇଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top