ଧର୍ମ

ରଥ ଖଳାରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ, ଆଜି 75 ସେବକଙ୍କ ହୋଇଛି କରୋନା ଟେଷ୍ଟ

ଅର୍ଗସ ବ୍ୟୁରୋ : ଆଜି ସକାଳେ ରଥ ଖଳାରେ କାମ ଆରମ୍ଭ ପୂର୍ବରୁ ରଥ ନିର୍ମାଣରେ ସମ୍ପୃକ୍ତ ସେବକମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଛି। ସମସ୍ତ ସେବକ ସୁସ୍ଥ ଥିବା ଜଣା ପଡ଼ିଛି। ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରେ ଦଇତାପତି ସେବକମାନଙ୍କର କୋରୋନା ଟେଷ୍ଟ ପାଇଁ 75 ଜଣ ସେବକଙ୍କ ସ୍ଵାବ୍ ସଂଗ୍ରହ କରାଯାଇଥିଲା।

ତେବେ ରଥ ଖଳାରେ ଆଜିର ନିର୍ମାଣ କାର୍ଯ୍ୟ ସମ୍ପର୍କୀତ 15ଟି ହ୍ଵାଟସଆପରେ ଜାରି କରାଯାଇଛି। ଆଜି ଜାରୀ ହୋଇଥିବା ଫଟୋରେ ଖାସ୍ ଦଣ୍ଡା ଦେହରେ କୁତୁଡ଼ା ଲାଗି ହୋଇ ପାର୍ଶ୍ଵ ମୁଁହାଟ ଲାଗିଛି, ପାର୍ଶ୍ବ ମୁଁହାଟ ଉପରେ ଗୁଜ ଏବଂ ଜଳଯନ୍ତ୍ର ଲାଗିଛି। ଖାସ୍ ଦଣ୍ଡା ଦେହରେ କୋଣ ଗୁଜ ଫିଟିଙ୍ଗ୍ ହୋଇଛି। ଜଗତ ପୃଷ୍ଠ ଶ୍ରେଣୀ ଚହପଟ କାର୍ଯ୍ୟ ହୋଇଛି। ନାଟ ଗୋଡ଼ରେ ରାହୁ ମୂର୍ତ୍ତି ଖୋଦେଇ ହୋଇଛି।

ଗତକାଲି ତିନି ରଥର ପାଞ୍ଚ ଦଣ୍ଡାରେ ମୁଁହାଟ ଲାଗି ହୋଇଥିଲା। ମୁଁହାଟ ଉପରେ ସାଲ ଗୁଜ ଲାଗି ହୋଇ ନିରାଡ଼ ଉଠିଥିଲା। ଏହାପରେ ପଞ୍ଚଦଣ୍ଡା ଦେହରେ କୁଡୁକା ଫିଟିଂ ହୋଇ ପାଞ୍ଚଦଣ୍ଡା ଲାଗିଥିଲା। ଆଜି ପାସ ଦଣ୍ଡା ଦେହରେ କୁଡ଼ୁକା ଲାଗି ହୋଇ ପାର୍ଶ୍ଵ ମୁଁହାଟ ଲାଗିଛି। ପାର୍ଶ୍ଵ ମୁଁହାଟ ଉପରେ ଲାଗିଛି ଗୁଜ ଏବଂ ଜଳଯନ୍ତ୍ର। ସେଥିରେ ନିରାଡ଼ ଖଞ୍ଜା ବାକି ଅଛି। ରୂପକାର ସେବକମାନଙ୍କ ଦ୍ଵାରା ସମସ୍ତ ଗୁଜରେ ସିଂହବିରାଳ ରୂପ ଖୋଦେଇ ଏବଂ ପଲିସ କାମ ଶେଷ ହୋଇଯାଇଛି। କାଲିଠାରୁ ଆରମ୍ଭ ହୋଇଥିବା ନାଟଗୋଡ଼ରେ ରାହୁ ମୂର୍ତ୍ତି ଅଙ୍କନ କାମ ସରି ରାହୁ ମୂର୍ତ୍ତି ଖୋଦେଇ କାର୍ଯ୍ୟ ଚାଲୁ ରହିଛି।

ପ୍ରତି ରଥରେ 2ଟି ଲେଖାଏଁ 20 ଫୁଟିଆ ଧୂଳିଦଣ୍ଡା ଲାଗିଥାଏ। ମହାପ୍ରଭୁ ରଥରେ ବିଜେ ହେବାପରେ ରୁନ୍ଧା ହେବା ପାଇଁ ପଛ ପାର୍ଶ୍ଵରେ ପ୍ରଭା ଦେହରେ ଜଏଣ୍ଟ ହୋଇଥାଏ। ଉକ୍ତ ଧୂଳିଦଣ୍ଡାରେ ଚଉପଟ କାର୍ଯ୍ୟ ଚାଲିଛି। ପ୍ରତି ରଥରେ ପାଞ୍ଚଟି ଲେଖାଏଁ ଜଗତ ପୃଷ୍ଠ ଶ୍ରେଣୀ ଲାଗିଥାଏ। ଉକ୍ତ ଶ୍ରେଣୀର ଚାରିପଟ କାର୍ଯ୍ୟ ଚାଲିଛି। ଦୋଳବେଦୀ ଠାରେ ନନ୍ଦିଘୋଷ ରଥର ପୋଲାଗୟଳ ଚିରଟ କାର୍ଯ୍ୟ କରତି ସେବକଙ୍କ ଦ୍ଵାରା ଶେଷ ହୋଇଛି। କାଲି ଏହାର ଚଉପଟ କାର୍ଯ୍ୟ ଆରମ୍ଭ ହେବ। ଦୋଳବେଦୀ ଠାରେ ଅସ୍ଥାୟୀ ଶାଳରେ ଓଝା ସେବକମାନଙ୍କ ଦ୍ଵାରା ଅାବଶ୍ୟକୀୟ ପରିମାଣ, ଦଣ୍ଡାକଣ୍ଟା, ଗୟଳକଣ୍ଟା ଯୋଖା ଏବଂ ପୋଡ଼ଛାଲ କଣ୍ଟା ପ୍ରସ୍ତୁତି ଅବ୍ୟାହତ ରହିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top