ନ୍ୟୁଜ୍

ରାଜଧାନୀରେ ଆଜିଠୁ ଖୋଲିଲା ପାର୍କ

ଅର୍ଗସ ବ୍ୟୁରୋ : ଆଜିଠୁ ରାଜଧାନୀର ଖୋଲିଲା ପାର୍କ। କରୋନା ମୁକାବିଲା ପାଇଁ ତାଲାବନ୍ଦ ବେଳେ ବନ୍ଦ ହୋଇଥିବା ପାର୍କ ପୁଣି ଥରେ ଖୋଲିଛି। ଭୁବନେଶ୍ଵରର କେତୋଟି ପ୍ରମୁଖ ପାର୍କ ଯଥା, ଆଇଜି, ଫରେଷ୍ଟ ଓ ବୁଦ୍ଧ ପାର୍କକୁ ପରୀକ୍ଷାମୂଳକ ଭାବେ ଖୋଲା ଯାଇଛି।

ତେବେ ପାର୍କ ଖୋଲିବା ନେଇ କିଛି ଗାଇଡଲାଇନ ଜାରି କରାଯାଇଛି। ଏପରିକି ପାର୍କ ଖୋଲିବା ସମୟରେ ମଧ୍ୟ ପରିବର୍ତ୍ତନ ହୋଇଛି। ଏଣିକି ସକାଳ ୭ରୁ ଦିନ ୧୦ ଓ ଅପରାହ୍ଣ ୪ରୁ ସନ୍ଧ୍ୟା ୬ଯାଏଁ ପାର୍କ ଖୋଲା ରହିବ। ପାର୍କରେ ସମାଜିକ ଦୂରତ୍ୱ ମାନିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଛେପ ପକାଇବା, ବାୟାମ ଉପକରଣ ବ୍ୟବହାର କରିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top