ରାଜ୍ୟ

ରାଜ୍ୟରେ ତୃତୀୟ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ତୃତୀୟ କୋରୋନା ଆକ୍ରାନ୍ତ ଚିହ୍ନଟ । ରାଜ୍ୟରେ ମୋଟ କୋରୋନା ପଜିଟିଭ୍‌ଙ୍କ ସଂଖ୍ୟା 3ରେ ପହଞ୍ଚିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି । ତେବେ ତୃତୀୟ କୋରୋନାଙ୍କ ବୟସ 60 ବର୍ଷ ହେବ ବୋଲି ଜଣାପଡ଼ିଛି । 

ଧିରେଧିରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି । କିମ୍ଦ ଏବଂ ସମ୍‌ ସହାୟତାରେ ଦୁଇଟି କୋଭିଡ-19 ହସ୍ପିଟାଲ ପ୍ରସ୍ତୁତ ପାଇଁ ଏମଓୟୁ ସ୍ୱାକ୍ଷର କରାଯାଇଛି । 

ତେବେ ଓଡ଼ିଶାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 3ରେ ପହଞ୍ଚିଥିବା ବେଳେ ଏହା ଯେପରି ନ ବ୍ୟାପେ ସେଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଇଛନ୍ତି । ସେପଟେ ଲକ୍‌ ଡାଉନ୍‌ ପରେ ବହାର ରାଜ୍ୟରୁ 84 ହଜାର ଓଡ଼ିଆ ଫେରିଲେଣି । ତେବେ ସେମାନଙ୍କ ନିକଟରେ କୋରୋନା ସଂକ୍ରମଣ ଥିବାର ଅନୁମାନ କରାଯାଉଥିବା ନେଇ ସୁବ୍ରତ ବାଗଚୀ ସୂଚନା ଦେଇଥିଲେ । 

Click to comment

Leave a Reply

Your email address will not be published. Required fields are marked *

Most Popular

To Top