ନ୍ୟୁଜ୍

ରାଜ୍ୟରେ ପୁଣି 130 କରୋନା ପଜିଟିଭ୍ ଚିହ୍ନଟ

ଅର୍ଗସ ବ୍ୟୁରୋ : ରାଜ୍ୟରେ ପୁଣି 130 ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 124 ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ 6 ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସୂଚନାନୁଯାୟୀ, ଆଜି ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 22, କୋରାପୁଟରୁ 6, ପୁରୀରୁ 1, ରାୟଗଡ଼ାରୁ 1, ଯାଜପୁରରୁ 3, ଜଗତସିଂହପୁରରୁ 1, ଗଜପତିରୁ 7, ମୟୁରଭଞ୍ଜରୁ 22, କଟକରୁ 23, ଅନୁଗୁଳରୁ 1, ବରଗଡ଼ରୁ 4, ଢେଙ୍କାନାଳରୁ 2, ବଲାଙ୍ଗିରରୁ 3, ଭଦ୍ରକରୁ 4, କେଉଁଝରରୁ 2, କନ୍ଧମାଳରୁ 3, କଳାହାଣ୍ଡିରୁ 3, ଗଞ୍ଜାମରୁ 12, ସୁନ୍ଦରଗଡ଼ରୁ 7, ସୋନପୁରରୁ 1, କେନ୍ଦ୍ରାପଡ଼ାରୁ 2 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ତେବେ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା 2608କୁ ବୃଦ୍ଧି ପାଇଛି। ଏଯାଏଁ ମୋଟ 1481 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 1117ଟି ଆକ୍ଟିଭ୍ କେସ୍ ରହିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top