X
Breaking News
ନ୍ୟୁଜ୍

ରାଜ୍ୟରେ ମଦ ବନ୍ୟା ନେଇ ସାଂସଦ ପ୍ରମିଳା ବିଶୋୟୀଙ୍କ ଉଦ୍ଦେଶ୍ୟରେ ନାରୀ ନେତ୍ରୀଙ୍କର ଏମିତି ବୟାନ୍

ବାଲେଶ୍ୱର: ଅଧିକ ପରିମାଣର ମଦ ବିକିଲେ ଦୋକାନୀକୁ ମିଳିବ ନଗଦ ପୁରସ୍କାର ରାଶି  । ଏପରି ଏକ ଘୋଷଣା ରାଜ୍ୟ ସରକାରଙ୍କ ଦ୍ୱାରା କରାଯିବା ପରେ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ବାଲେଶ୍ୱରର ଜଣେ ମହିଳା ନେତ୍ରୀ ଏନେଇ କହିଛନ୍ତି, ଏହି ଘୋଷଣା ପରେ ପ୍ରମିଳା ବିଶୋୟୀ ଧାନ ବିଲ ଖସଖସ ଗୀତ ଆଉ ବୋଲିବେ ନାହିଁ ସେ ଗାଇବେ ମଦ ପିଅରେ ଭାଇ ଧାନ କାଟରେ ଭାଇ । ଯଦି ପ୍ରମିଳା ବିଶୋୟୀ ଜଣେ ମହିୟସୀ ମହିଳା ହୋଇଥିବେ ଓ ମହିଳାମାନଙ୍କ ଦୁଃଖ ବୁଝୁଥିବେ ତେବେ ନିଶ୍ଚିତ ସେ ଏହି ଘଟଣାକୁ ବିଧାନସଭା କିମ୍ବା ଲୋକସଭାରେ ଏନେଇ ସ୍ୱର ଉତ୍ତୋଳନ କରିବେ । ଏହା ରାଜ୍ୟ ସରକାରଙ୍କର ଏକ ନିନ୍ଦନୀୟ ଘୋଷଣା ଅଟେ । ଏହି ଘୋଷଣା ଦ୍ୱାରା ଘରେ ଘରେ ହିସାଂ ଲାଗିରହିବ ଓ ମଦମୃତ୍ୟୁ ଦିନକୁ ଦିନ ବୃଦ୍ଧି ପାଇବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ସମୟରେ କହିଥିଲେ ଆପଣମାନେ ଖୁସି ତ, ମୁଁ ବି ଖୁସି । ତେବେ ଏ ପ୍ରକାର ଘୋଷଣା କରି ଲୋକେ ମଦ ପିଇ ପ୍ରାଣ ହରାନ୍ତୁ ଓ ପରେ ମୁଖ୍ୟମନ୍ତ୍ରୀ କହିବେ ଆପଣମାନେ ଖୁସି ତ ?

Click to comment

Leave a Reply

Your email address will not be published. Required fields are marked *

Most Popular

To Top