ଟିଭି

ରାମାନନ୍ଦ ସାଗରଙ୍କ ରାମାୟଣକୁ ଭଗବାନ ନିଜେ ଆଶୀର୍ବାଦ ଦେଇଛନ୍ତି- ଅରୁଣ ଗୋଭିଲ

ନୂଆଦିଲ୍ଲୀ : କୋରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପ୍ରେଲ 14 ଯାଏଁ ଲକଡାଉନ ଘୋଷଣା କରିଛନ୍ତି। ଏଥିପାଇଁ ଲୋକମାନଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଲୋକମାନେ ଘରେ ଯେପରି ମନୋରଞ୍ଜନ କରିପାରିବେ ସେଥିପାଇଁ ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ଆସନ୍ତାକାଲି ଠାରୁ ଦୂରଦର୍ଶନରେ 80 ଦଶକର ରାମାୟଣ ପ୍ରସାରଣ କରାଯିବ ବୋଲି ଘୋଷଣା କରାଯାଇଛି।

ରାମାନନ୍ଦ ସାଗରଙ୍କ ପ୍ରସ୍ତୁତ ରାମାୟଣ ଦୂରଦର୍ଶନରେ ସକାଳ 9ଟାରେ ଥରେ ଓ ରାତ୍ରୀ 9ଟାରେ ଥରେ ପ୍ରସାରଣ କରାଯିବ। ତେବେ 80 ଦଶକର ଏହି ଶୋ ଲୋକମାନଙ୍କ ନିକଟରେ ଖୁବ୍ ଆଦୃତ ହୋଇଥିଲା। ଏବେ ସରକାରଙ୍କ ଦ୍ଵାରା ପୁଣି ଥରେ ଏହାକୁ ପ୍ରସାରଣ କରାଯିବା ନିଷ୍ପତ୍ତି ପରେ ଏଥିରେ ମୁଖ୍ୟ ଭୂମିକାରେ ଥିବା ଅରୁଣ ଗୋଭିଲ ଖୁସୀବ୍ୟକ୍ତ କରିଛନ୍ତି।

ଅରୁଣ ଗୋଭିଲ କହିଛନ୍ତି ଯେ, ରାମାନନ୍ଦ ସାଗରଙ୍କ ରାମାୟଣ ଲୋକମାନଙ୍କ ମନରେ ଏକ ଖାସ୍ ସ୍ଥାନ ଅଧିକାର କରିଛି। ମୋତେ ଲାଗୁଛି କି, ଭଗବାନ ଏହି ଶୋକୁ ନିଜେ ଆଶୀର୍ବାଦ ଦେଇଛନ୍ତି। ନଚେତ୍ ଏତେ ସମୟ ପରେ ପୁଣି ଥରେ ଏହାକୁ କଣ ପାଇଁ ପୁନଃପ୍ରସାରଣ କରାଯାଇଥାନ୍ତା। ଯଦି ଆମ ଶୋ ମାଧ୍ୟମରେ ଲୋକମାନଙ୍କୁ ସାହାଯ୍ୟ ମିଳୁଛି ତେବେ ଏହାଠାରୁ ଭଲ କଥା କିଛି ନାହିଁ। ଏହା ପାରିବାରିକ ଶୋ, ଏହାକୁ ସମସ୍ତେ ଏକା ସାଙ୍ଗରେ ବସି ଦେଖି ପାରିବେ। ଏହାଦ୍ଵାରା ସମସ୍ତଙ୍କ ମନରେ ସକାରାତ୍ମକ ଭାବନା ଜାଗ୍ରତ ହେବ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top