ଦେଶ

ଲକଡାଉନରେ ଆର୍ଥିକ ଦୂରାବସ୍ଥା ଦେଇ ଗତି କରୁଛନ୍ତି ମହାଭାରତର ଅଭିନେତା

ନୂଆଦିଲ୍ଲୀ : କରୋନା ସଂକ୍ରମଣ ରୋକିବାକୁ ଦେଶବ୍ୟାପି ଲକଡାଉନ କଟକଣା ଜାରି ରହିଛି । ଏହି ବିଶ୍ୱବ୍ୟାପୀ ମହାମାରୀ ଯୋଗୁଁ ତମାମ ଦେଶରେ ମଧ୍ୟ ତାଲାବନ୍ଦ ହୋଇଛି । ତେବେ ଏହି ଲକଡାଉନ ଯୋଗୁଁ ଗରିବ ଖଟିଖିଆଙ୍କଠୁ ଆରମ୍ଭ କରି ବଡ ବଡ ଷ୍ଟାରଙ୍କ ପାଇଁ ଦୁଃଖ ବଢିଯାଇଛି । ବହୁ ଲୋକପ୍ରିୟ ସିରିଏଲ ମହାଭାରତର ପ୍ରଭୁ ଇନ୍ଦ୍ର ଭୂମିକାରେ ଅଭିନୟ କରିଥିବା ଅଭିନେତା ସତୀଶ କୋଲ୍ ନିଜର ଔଷଧ ଓ ମୌଳିକ ଆବଶ୍ୟକତା ପାଇଁ ସାହାଯ୍ୟ ମାଗିଛନ୍ତି ।

“ମହାଭାରତ” ସମେତ ଅନେକ ହିନ୍ଦୀ ଚଳଚ୍ଚିତ୍ର ଏବଂ ଶୋ’ରେ ଅଭିନୟ କରିଥିବା ଭେଟେରାନ୍ ପଞ୍ଜାବୀ ଷ୍ଟାର ସତୀଶ କୋଲ୍ କହିଛନ୍ତି ଯେ, ସେ ବର୍ତ୍ତମାନ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ଦେଶବ୍ୟାପୀ ତାଲାବନ୍ଦ କଟକଣା ତାଙ୍କ ଅବସ୍ଥାକୁ ଆହୁରି ଖରାପ କରିଦେଇଛି। ହେଲେ ଏ ସବୁ ଭିତରେ ସେ ବର୍ତ୍ତମାନ ସମୟରେ ନିଜର ଔଷଧ ଓ ମୌଳିକ ଆବଶ୍ୟକତା ପାଇଁ ସଂଗ୍ରାମ କରୁଛନ୍ତି । ଏହାସହ ସାହାଯ୍ୟ ପାଇଁ ଇଣ୍ଡଷ୍ଟ୍ରୀର ଲୋକଙ୍କୁ ଅପିଲ କରିଛନ୍ତି ସତିଶ କୋଲ ।

300 ରୁ ଅଧିକ ପଞ୍ଜାବୀ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ କାମ କରିବା ସହ “ମହାଭାରତ”ରେ ପ୍ରଭୁ ଇନ୍ଦ୍ରଙ୍କ ଭୂମିକାରେ ଅଭିନୟ କରିଥିବା ଏହି ଅଭିନେତା ଗୁଜବ ବିରୁଦ୍ଧରେ କହିଛନ୍ତି ଯେ ସେ ବୃଦ୍ଧାବସ୍ଥାରେ ନାହାଁନ୍ତି । ଏହାସହ ସେ କହିଛନ୍ତି ଯେ “ମୁଁ ଔଷଧ, ଗ୍ରୋସରୀ ଏବଂ ମୌଳିକ ଆବଶ୍ୟକତା ପାଇଁ ସଂଘର୍ଷ କରୁଛି । ସେ ଆହୁରି ମଧ୍ୟ କହିଛନ୍ତି, ଯେ “ଅଭିନୟ କରିବାର ନିଆଁ ମୋ ଭିତରେ ଆଜି ବି ଜୀବନ୍ତ ଅଛି। ଏହା ସମାପ୍ତ ହୋଇନାହିଁ । ମୁଁ ଚାହେଁ ଆଜି ବି କେହି ମୋତେ ଏକ ଭୂମିକା ଦିଅନ୍ତୁ, ସେ ଯେ କୌଣସି ଭୂମିକା ହେଉ ମୁଁ କରିବି। ମୁଁ ପୁନର୍ବାର ଅଭିନୟ କରିବାକୁ ପ୍ରସ୍ତୁତ ଅଛି । ତେବେ 73 ବର୍ଷ ପୁରୁଣା ଅଭିନେତା ସତୀଶ କୋଲ୍ “ପ୍ୟାର ତୋ ହୋନା ହି ଥା” ଏବଂ “ଆଣ୍ଚି ନଂ 1”ରେ ଅଭିନୟ କରି ଦର୍ଶକଙ୍କ ଲୋକପ୍ରିୟ ହୋଇପାରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top