ଦେଶ

ଲକଡାଉନରେ ଚାଷ କରି ସୁସ୍ଥ ରହିବାର ବାର୍ତ୍ତା ଦେଲେ ଜୁଏଲ

ନୂଆଦିଲ୍ଲୀ:  ସାରା ଦେଶରେ କୋରୋନା ସଙ୍କଟର ମୁକାବିଲା କରିବା ପାଇଁ  ଲକଡାଉନ ଜାରି ରହିଛି। ଅନେକ ରାଜ୍ୟରେ ଲୋକେ କାମ ହରାଇବା ସହ  ଘରକୁ ଫେରିବା ନେଇ ଫସି ରହିଛନ୍ତି। ଏହି ଲକଡାଉନ କାହା ଜୀବନକୁ ଫିକା କରି ଦେଇଛି ତ କାହା ଜୀବନରେ ଆନନ୍ଦ ଆଣିଛି, କାହାକୁ ଅନେକ ସମୟ ମିଳିଛି ତ କାହାକୁ ଦୁଃଖ ଯନ୍ତ୍ରଣା ମିଳିଛି। ଏହା ଭିତରେ ଦିଲ୍ଲୀରେ ରହି ଯାଇଛନ୍ତି ଅନେକ ସାଂସଦ କାରଣ ମାର୍ଚ୍ଚ ମାସରେ ବଜେଟ ଅଧିବେଶନ ଚାଲୁଥିବା ବେଳେ ଦେଶରେ ତାଲାବନ୍ଦ ଲାଗୁ ହୋଇଥିଲା ।  ସେଥିପାଇଁ ଅନେକ ରାଜ୍ୟର ସାଂସଦ ମାନେ ନିଜ ନିଜ କ୍ଷେତ୍ରକୁ ଫେରି ପାରି ନଥିଲେ। ଏହି ସମୟରେ ସେମାନେ କିଭଳି ସମୟ ଅତିବାହିତ କରିଛନ୍ତି ତାହା ଜାଣିବାକୁ ଆଜି ଲୋକସଭା ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଭେଟିଥିଲା ଅର୍ଗସ ଟିମ।

ଜୁଏଲ ଓରାମ ଏହି ତାଲା ବନ୍ଦ ସମୟକୁ ପୁରାପୁରି ଉପଯୋଗ କରିଥିବା କହିଛନ୍ତି। ସେ ଗାଁ ରେ ଚାଷ କରନ୍ତି ବର୍ତ୍ତମାନ ତାଙ୍କର ଗାଁ ଘରେ 5 କୁଇଣ୍ଟାଲ ବୋଇତାଳୁ ବା କଖାରୁ ପଡିରହିଛି ଯାହାର ବଜାର ମୂଲ୍ୟ 5 ଲକ୍ଷ ହେବ। ଦିଲ୍ଲୀରେ ନୂଆ ବାସଭବନ ପାଇଲା ପରେ ନିଜ ବଗିଚାରେ ଥିବା ଖାଲି ସ୍ଥାନରେ ସେ ଟମାଟୋ, ଭେଣ୍ଡି, କଖାରୁ, ପାଳଙ୍ଗ , ଭଳି ଅନେକ ପରିବା ଲଗାଇଛନ୍ତି ଯାହା ତାଲାବନ୍ଦ ସମୟରେ ତାଙ୍କର କାର୍ଯ୍ୟରେ ଆସୁଥିବା ସେ କହିଛନ୍ତି। ଜଣେ ସାଂସଦ ହୋଇ ସେ ଏପରି ଚାଷ କରିବା ନିଶ୍ଚୟ ସମସ୍ତ ଙ୍କୁ ପ୍ରେରଣା ଯୋଗାଇବ।

ପ୍ରତିଦିନ ସେ ନିଜ ଅଞ୍ଚଳରେ ଫସି ରହିଥିବା ଲୋକଙ୍କ ସହ ଭିଡ଼ିଓ କନଫରେନ୍ସ ରେ କଥା ହେଉଛନ୍ତି, ଦିଲ୍ଲୀରେ ଅନେକ ସ୍ଥାନରେ ଖାଦ୍ୟ ସାମଗ୍ରୀ ମଧ୍ୟ ଯୋଗାଇଛନ୍ତି ।  ପଶ୍ଚିମ ଓଡିଶାର ଲୋକେ ବିଭିନ୍ୟ ରାଜ୍ୟ ରେ ଫସି ରହିଥିବାରୁ ସେମାନଙ୍କୁ ଆଣିବା ପାଇଁ ସେ ସ୍ବତନ୍ତ୍ର ଟ୍ରେନ ର ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଚିଠି ମଧ୍ୟ ଲେଖିଛନ୍ତି।

 କିଛି ନୂଆ କଥା ପଢିବାକୁ, ଚାଷ କରିବାକୁ, ନିଜ ଶରୀର ର ଯତ୍ନ ନେବାକୁ ଏହି ଲକଡାଉନ ମୋତେ ଅଧିକ ସମୟ ଦେଉଛି ବୋଲି ସେ କହିଛନ୍ତି । ଏ ସମୟରେ ଲୋକଙ୍କୁ ଧର୍ଯ୍ୟ ରଖିବକୁ ମଧ୍ୟ ସେ ଅନୁରୋଧ କରିଛନ୍ତି। ନିକଟରେ ଘୋଷଣା ହୋଇଥିବା 20 ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ କୁ ସେ ସ୍ୱାଗତ କରିଛନ୍ତି। ବର୍ତ୍ତମାନ ପରିସ୍ଥିତି ରେ ଏ ଆର୍ଥିକ ପ୍ୟାକେଜ ସହାୟକ ହେବ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top