ନ୍ୟୁଜ୍

ଲକଡାଉନ୍ ସମୟରେ ଆଦିବାସୀଙ୍କ ମୁହଁରେ ହସ ଫୁଟାଇଛନ୍ତି ଯବାନ..

ମାଲକାନଗିରି: ଜଙ୍ଗଲରେ ରହି ମାଓବାଦୀଙ୍କ ସହ ଲଢୁଛନ୍ତି । ଆଉ ଲୋକଙ୍କୁ ସୁରକ୍ଷା ଦେଉଛନ୍ତି । ଠିକ୍ ସେହିପରି ମହାମାରୀ ସମୟରେ ଲୋମାନଙ୍କୁ ସହାୟତା କରିବାରେ ମଧ୍ୟ ଟିକିଏ ବି ଅବହେଳା କରୁ ନାହାଁନ୍ତି । ଏମାନେ ହେଉଛନ୍ତି ସେହି କୋରୋନା ଯୁଦ୍ଧ ଆଗ ଧାଡ଼ିର ଯୋଦ୍ଧା ସିଆରପିଏଫ ଯବାନମାନେ । ଯେଉଁମାନେ କି ମାଲକାନଗିରି ଭଳି ମାଓ ପ୍ରବଣ ଅଂଚଳରେ ରହି ମାଓବାଦୀଙ୍କ ସହ ଲଢେଇ କରନ୍ତି ଆଉ ବିପଦ ବେଳେ ସାଧାରଣ ଦୁଃଖି, ଦରିଦ୍ର, ଅବହେଳିତ ଆଦିବାସୀଙ୍କୁ ସହାୟତା କରିବାକୁ ମଧ୍ୟ ଆଗେଇ ଆସନ୍ତି । ସଦାବେଳେ ନିଜ ଜୀବନକୁ ବାଜି ଲଗାଇ ଆମମାନଙ୍କୁ ଶାନ୍ତିରେ ରହିବାକୁ ଉଦ୍ୟମ କରିଆସୁଥିବା ଯବାନମାନେ ମହାମାରୀ କୋରୋନାରୁ ରକ୍ଷା କରିବା ପାଇଁ ଦୁର୍ଗମ ପାହାଡିଆ ଅଂଚଳରେ ରହିଥିବା ଆଦିବାସୀମାନଙ୍କୁ ସଚେତନ କରାଇବା ସହ ସେମାନଙ୍କୁ ସବୁ ପ୍ରକାର ସୁରକ୍ଷା ଦେବାକୁ ଆଗେଇ ଆସିଛନ୍ତି ।

କୋରୋନାକୁ ନେଇ ସାରା ରାଜ୍ୟରେ ଲକଡାଉନ୍ ଜାରି ରହିଥିବା ବେଳେ ମାଓ ପ୍ରଭାବିତ ଅଂଚଳର ଆଦିବାସୀମାନେ କାମ, ଧନ୍ଦା ନପାଇ ଦୁଃଖରେ ଜୀବନ କାଟୁଛନ୍ତି । ଆଉ ଏହି ସମୟରେ ସେମାନଙ୍କ ମୁହଁରେ ହସ ଫୁଟାଇଛନ୍ତି ଲାଲଗଡ଼ ଭାବେ ପରିଚିତ ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡରେ କାର୍ଯ୍ୟରତ ଥିବା ସାହାସି ସିଆରପିଏଫ ଯବାନ  ।

ଓଡ଼ିଶା ଛତିଶଗଡ଼ ସୀମାନ୍ତରେ ଥିବା ଆଦିବାସୀ ଲୋକଙ୍କୁ ସାମାଜିକ ଦୂରତା ରକ୍ଷା କରିବା ସହ ସେ ସମ୍ପର୍କରେ ବୁଝାଇଉଛନ୍ତି । ହାତକୁ ସାନିଟାଇଜ୍ କରି ମୁହଁରେ ମାସ୍କ ପିନ୍ଧାଇଛନ୍ତି ଯବାନମାନେ ।  ଖାଲି ସେତିକି ନୁହେଁ ଗରିବ ଲୋକଙ୍କୁ ରୋଷେଇ କରି ମାଗଣାରେ ଖାଇବାକୁ ମଧ୍ୟ ଦେଇଛନ୍ତି । ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ନକ୍ସଲଙ୍କ ସହ ଲଢ଼ି ନିଜ ଜୀବନକୁ ବାଜି ଲଗାଉଥିବା ସିଆରପିଏଫ ଯବାନ ମାନେ କରୋନା ଭଳି ମହାମାରୀ ସମୟରେ ବି ଲୋକଙ୍କୁ ସେବା ଯୋଗାଇବାରେ ଟିକେ ହେଲେ ବି ଅବହେଳା କରି ନାହାଁନ୍ତି । ଆଉ ଏହାକୁ ନେଇ ଆଦିବାସୀ ଲୋକେ ବେଶ୍ ଖୁସି ଅଛନ୍ତି । ସତ କହିବାକୁ ଗଲେ, ଏହି ଯବାନଙ୍କ ଗରୀବ ଆଦିବାସୀ ଲୋକଙ୍କ ପ୍ରତି କାର୍ଯ୍ୟଧାରା ବାସ୍ତବିକ ପ୍ରଶଂସନୀୟ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top