ଦେଶ

ଲକ୍‌ଡାଉନ୍‌ ଆଡୁ ଗତି କରୁଛି ସାରାଦେଶ, ୩୧ ମାର୍ଚ୍ଚ ପୂର୍ବରୁ ପୁର୍ନବାର ହୋଇପାରେ ‘ଜନତା କର୍ଫ୍ୟୁ’

ନୁଆଦିଲ୍ଲୀ: ସାରାଦେଶ ଏବେ ଲକ୍‌ଡାଉନ୍‌ ଆଡୁ ଗତି କରିଛି । କୋରୋନା ଭୂତାଣୁ ସହ ମୁକାବିଲା କରିବା ପାଇଁ ରବିବାର ଦିନ ୟୁପିର 15 ସହିତ ଦେଶର ଯୋଉଁ 75 ଜିଲ୍ଲାରେ କୋରୋନା ସଂକ୍ରମିତ ରୋଗୀ ସାମ୍ନାକୁ ଆସିଛନ୍ତି ସେହିସବୁ ଜିଲ୍ଲାକୁ 31 ମାର୍ଚ୍ଚ ପର୍ଯ୍ୟନ୍ତ ଲକଡାଉନ୍‌ ରଖିବାକୁ ନିଷ୍ପତ୍ତି ହୋଇଛି ।  ଯଦି ଆବଶ୍ୟକତା ପଡେ  31 ମାର୍ଚ୍ଚ ପୂର୍ବରୁ ପୁର୍ନବାର ଜନତା କର୍ଫ୍ୟୁର ଆହ୍ୱାନ ଦିଆଯିବ ।  ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଧାନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟମାନଙ୍କ କ୍ୟାବେନିଟେ ଏବଂ ମୁଖ୍ୟ ସଚିବମାନଙ୍କ ସହ ଉଚ୍ଚସ୍ତରୀୟ ବୈଠକ ହୋଇଛି ।   

ଏହି ବୈଠକରେ କୋରୋନା ରୂପରେ ଆସିଥିବା ମହାମାରୀ  ତୃତୀୟ ଚରଣକୁ ଅଗ୍ରସର କିପରି ନହେବ ସେନେଇ  ମନ୍ଥନ ଚାଲିଥିଲା ।  ଏହି ବୈଠକରେ ବିଭିନ୍ନ ରାଜ୍ୟମାନଙ୍କ ସ୍ଥିତି ଆକଳନ କରାଯିବା ସହ କୋରୋନା ପରିସ୍ଥିତିକୁ ମୁକବିଲା କରିବା ପାଇଁ ଚର୍ଚ୍ଚା ହୋଇଥିଲା ।         

Click to comment

Leave a Reply

Your email address will not be published. Required fields are marked *

Most Popular

To Top