ଦେଶ

ଲୋକଙ୍କ ମନୋରଞ୍ଜନ ପାଇଁ ଡିଡି ନ୍ୟାସନାଲରେ ଆରମ୍ଭ ହେଲା ଚିତ୍ରାହାର…

ନୂଆଦିଲ୍ଲୀ:  ଡିଡି ନ୍ୟାସନାଲରେ ଆରମ୍ଭ ହେଲା ଚିତ୍ରାହାର କାର୍ଯ୍ୟକ୍ରମ । ଆଜି ଦିନ 12ଟାରେ ଡିଡି ନ୍ୟାସନାଲରେ ଏହି କାର୍ଯ୍ୟକ୍ରମ ପ୍ରସାରିତ ହୋଇଛି । ବଲିଉଡ଼ ଚଳଚ୍ଚିତ୍ର ସଙ୍ଗୀତକୁ ନେଇ ଆଧାରିତ ଚିତ୍ରାହାର କାର୍ଯ୍ୟକ୍ରମ । ଏଥିରେ ବଲିଉଡର ନୂଆ ପୁରୁଣା ସମସ୍ତ ସଙ୍ଗୀତ ପ୍ରସାରିତ ହୋଇଥାଏ । ପୂର୍ବରୁ ଏହି ଚିତ୍ରା ହାର କାର୍ଯ୍ୟକ୍ରମ ଶୁକ୍ରବାର ଦିନ ପ୍ରସାରିତ ହେଉଥିଲା ।

ସେହିସମୟରେ ଚିତ୍ରାହାର ପାର୍ଯ୍ୟକ୍ରମ ଡିଡି ନ୍ୟାସନାଲର ଏକ ଲୋକଙ୍କ ପସନ୍ଦ କାଯ୍ୟକ୍ରମ ଥିଲା । ଏହା ପୂର୍ବରୁ ମଧ୍ୟ ଟିଭି  ପରଦାକୁ ଐତିହାସିକ ରାମାୟଣ, ମହାଭାରତ, ଫେରିଥିବା ବେଳେ ଶକ୍ତିମାନ, ସର୍କସ ଓ ବ୍ୟୋମକେଶ ଭଳି ଅନେକ ଧାରାବାହିକ ଫେରି ଆସିଛି ।  ଲକଡାଉନ ସମୟରେ ସବୁ କିଛି ବନ୍ଦ ରହିଥିବାରୁୀ ଲୋକଙ୍କ  ମନୋରଞ୍ଜନ ପାଇଁ ଡିଡି ନ୍ୟାସନାଲ ଓ ଡିଡି ଭାରତୀରେ ଏହି ସବୁ ଧାରାବାହିକ ପୁନଃ ପ୍ରସାରଣ କରିବାକୁ ନିଷ୍ପତି ନେଇଛି ସୂଚନା ଓ ପ୍ରସାରଣ ବିଭାଗ ।

ଦେଶବ୍ୟାପୀ ୨୧ ଦିନିଆ ତାଲାବନ୍ଦ ଥିବାରୁ ଘରୁ କାହାରିକୁ ବାହାରକୁ ନବାହାରିବା ପାଇଁ ସରକାର ବାରମ୍ବାର ପରାମର୍ଶ ଦେଉଛନ୍ତି । ଆଉ ଘର ଭିତରେ ରହି ଲୋକେ ବିରକ୍ତ ଅନୁଭକ ନକରନ୍ତୁ ଏଥିପାଇଁ କେନ୍ଦ୍ର ସରକାର ରାମାୟଣ ଓ ମହାଭାରତ ପୁନଃ ପ୍ରସାରଣ ପାଇଁ ନିଷ୍ପତ୍ତି ନେଇଥିଲେ । ତେବେ ୮୦ ଦଶକର ରାମାୟଣ, ମହାଭାରତ ପ୍ରସାରଣ ପରେ ପିଲାଦିନର ଅନେକ ସ୍ମୃତି ତାଜା ହୋଇଥିଲା ।

ପୌରାଣିକ ସିରିଏଲ ପ୍ରସାରଣ ଖବର ଶୁଣି ଅନେକ ଲୋକ ଶକ୍ତିମାନକୁ ପୁନଃ ପ୍ରସାରଣ କରାଯାଉ ବୋଲି ଦାବି କରିଥିଲେ । ତାହାକୁ ଆଖି ଆଗରେ ରଖି ଅନେକ ଧାରା ବାହିକ ଧିରେ ଧିରେ ପ୍ରସାରଣ କରାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top