ନ୍ୟୁଜ୍

ଶାସକ ଦଳର ବିଧାୟକ ଭାଙ୍ଗୁଛନ୍ତି ସାମାଜିକ ଦୂରତ୍ଵ ନିୟମ

ସମ୍ବଲପୁର : ଶାସକ ଦଳର ନେତାଙ୍କ ସରକାରୀ ନିୟମକୁ ଫୁ । ସାମାଜିକ ଦୂରତ୍ଵ ନିୟମ ଉଲ୍ଲଙ୍ଘନ କରୁଛନ୍ତି ଖୋଦ୍ ରେଢାଖୋଲ ବିଧାୟକ ରୋହିତ ପୂଝାରୀ ଓ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ଵରୀ ପାଣିଗ୍ରାହୀ। ଲୋକଙ୍କୁ ସହାୟତା କରିବା ଆଳରେ ସାମାଜିକ ଦୂରତା ନିୟମକୁ ଭୁଲି ଯାଉଛନ୍ତି ଶାସକ ଦଳର କର୍ମୀ ।

ସୂଚନାନୁଯାୟୀ, ସମ୍ଵଲପୁର ସହର ମନ୍ଦଳିଆ ଅଂଚଳରେ ଜିଲ୍ଲା ବିଜେଡି ପକ୍ଷରୁ ଲୋକଙ୍କ ମାସ୍କ, ସାବୁନ  ଓ ବିସ୍କୁଟ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରେଢାଖୋଲ ବିଧାୟକ ରୋହିତ ପୂଝାରୀ ଓ ସମ୍ବଲପୁର ପୁର୍ବତନ ବିଧାୟିକା ରାସେଶ୍ଵରୀ ପାଣିଗ୍ରାହୀ ଯୋଗ ଦେଇଥିଲେ । ସମସ୍ତେ ମାସ୍କ ପିନ୍ଧିଥିଲେ ସତ, ମାତ୍ର ସାମାଜିକ ଦୂରତ୍ୱ ନିୟମକୁ ଭୁଲି ଯାଇଥିଲେ । ଶହଶହ କର୍ମୀ ଏଥିରେ ସାମିଲ ହୋଇଥିଲେ । ଯାହାକୁ ନେଇ ଏବେ ସର୍ବ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top