ନ୍ୟୁଜ୍

ଶ୍ରମିକ ସ୍ପେଶାଲ ଟ୍ରେନରେ ମହିଳାଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ : ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଗତକାଲି ବଲାଙ୍ଗିର ଅଭିମୁଖେ ବାହାରି ଥିବା ଶ୍ରମିକ ସ୍ପେଶାଲ ଟ୍ରେନରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହି ମହିଳା ଜଣଙ୍କ କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଅଞ୍ଚଳର। ଏହି ଟ୍ରେନରେ ପ୍ରାୟ ଏକ ହଜାର ପ୍ରବାସୀ ଓଡ଼ିଆ ଥିଲେ। ତେବେ ବିଶାଖାପାଟଣାରୁ ଆସିଥିବା ଏହି ଟ୍ରେନ୍ ଆଜି ଭୋର ୪ଟା ୫୦ରେ ବଲାଙ୍ଗିର ଷ୍ଟେସନରେ ପହଁଚିଥିଲା।

ମୃତକ ମହିଳାଙ୍କର ଛାତି ଯନ୍ତ୍ରଣା ହେଉଥିଲା ବୋଲି ତାଙ୍କର ସମ୍ପର୍କୀୟ କହୁଛନ୍ତି। ଏହି ଶ୍ରମିକ ସ୍ପେଶାଲ ଟ୍ରେନ୍ ବଲାଙ୍ଗିର ଷ୍ଟେସନରେ ପହଁଚିଲା ପରେ ମହିଳାଙ୍କ ମୃତଦେହକୁ ଜିଆରପି ଉଦ୍ଧାର କରିଛି। ତେବେ ଜିଆରପି ଏସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top