ଟିଭି

ଶ୍ରୀକୃଷ୍ଣରେ ‘କୃଷ୍ଣ’ ଭୂମିକାରେ ଥିବା ଅଭିନେତା 27 ବର୍ଷ ପରେ କଣ କରୁଛନ୍ତି ଦେଖନ୍ତୁ…

ଅର୍ଗସ ବ୍ୟୁରୋ : 1993ରେ ରାମାନନ୍ଦ ସାଗରଙ୍କ ଦ୍ଵାରା ନିର୍ମିତ ଶ୍ରୀକୃଷ୍ଣ ଦାରାବାହିକରେ ଭଗବାନ ଶ୍ରୀକୃଷ୍ଣଙ୍କ ଭୂମିକାରେ ଅଭିନୟ କରୁଥିବା ସର୍ବଦମନ ଡି ଆଜିକାଲି ପ୍ରକୃତି ମଧ୍ୟରେ ଏକ ମନୋରମ ପରିବେଶରେ ବାସ କରୁଛନ୍ତି । ସର୍ବଦମନ ଡି ବର୍ତ୍ତମାନ ମନୋରଞ୍ଜନ ଦୁନିଆଠାରୁ ଦୂରରେ ଅଛନ୍ତି । ସେ ପ୍ରକୃତି ମଧ୍ୟରେ ଏବେ ସମୟ କାଟିବାକୁ ଭଲ ପାଉଛନ୍ତି।

ତେବେ ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ସର୍ବଦମନଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଟୋରେ ତାଙ୍କୁ ଚିହ୍ନିବା କଷ୍ଟକର ହେଉଥିବା ବେଳେ ସେ ସବୁଜ ରଙ୍ଗର କୁର୍ତ୍ତା ପିନ୍ଧିଥିବାର ନଜର ଆସିଛନ୍ତି। ଏହା ବ୍ୟତୀତ ସର୍ବଦମନ ନାମକ ଏନଜିଓ ମଧ୍ୟ ଅଛି । ଯେଉଁଥିରେ ସେ ପ୍ରାୟ 200 ପିଲାଙ୍କର ଯତ୍ନ ନେଉଛନ୍ତି। ସର୍ବଦମନ ଅନେକ ସିରିଏଲରେ ନଜର ଆସିଥିବା ବେଳେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଫିଲ୍ମ ଏମଏସ ଧୋନିରେ ସରଭଦମନଙ୍କୁ ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରରେ ସେ ଧୋନିଙ୍କ କୋଚ୍ ଚଞ୍ଚଲ ଭଟ୍ଟାଚାର୍ଯ୍ୟଙ୍କ ଭୂମିକାରେ ଅଭିନୟ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top