ଦେଶ

ଶ୍ରୀଲଙ୍କାର ରାଷ୍ଟ୍ରପତିଙ୍କ ସହ ଫୋନ ଯୋଗେ କଥା ହେଲେ ମୋଦି, ଯଥା ସମ୍ଭବ ସାହାଯ୍ୟ କରିବାକୁ ଦେଲେ ଆଶ୍ଵାସନା

ଅର୍ଗସ ବ୍ୟୁରୋ : ସାରା ବିଶ୍ଵରେ ତାଣ୍ଡବ ଲୀଳା ରଚିଛି ମହାମାରୀ କରୋନା ଭୂତାଣୁ। ଏହି ଭୂତାଣୁ କବଳରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଗଲାଣି। ଭାରତରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ଏକ ଲକ୍ଷ ପାର କଲାଣି। ତେବେ ଏହି ସଙ୍କଟପୂର୍ଣ୍ଣ ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ୟ ଦେଶ ଗୁଡ଼ିକୁ ସାହାଯ୍ୟ କରିବା ଜାରି ରଖିଛନ୍ତି। ଏହି ମଧ୍ୟରେ ମୋଦି ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟବାୟା ରାଜପେକ୍ଷୀଙ୍କ ସହ ଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି ଓ ସାହାଯ୍ୟ କରିବାକୁ ଭରଷା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଶ୍ରୀଲଙ୍କାର ରାଷ୍ଟ୍ରପତିଙ୍କୁ ଭରଷା ଦେଇଛନ୍ତି ଯେ, କୋରୋନା ଭୂତାଣୁ ବିରୋଧରେ ଲଢେଇ କରିବାକୁ ଭାରତ ଯଥା ସମ୍ଭବ ସାହାଯ୍ୟ କରିବ। ଭାରତ ସାହାଯ୍ୟରେ ସେଠାରେ ଚାଲୁଥିବା ବିକାଶମୂଳକ ପ୍ରକଳ୍ପର ଗତି ବଢିବ।

ତେବେ ଶ୍ରୀଲଙ୍କାରେ ଏବେ 1600 ରୁ ଅଧିକ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଠାରେ ଫସି ରହିଥିବା ଭାରତୀୟଙ୍କୁ ଅପରେଶନ ସମୁଦ୍ର ସେତୁ ମାଧ୍ୟମରେ ନୌସେନାର ଜାହାଜ ଯୋଗେ ଭାରତ ଫେରେଇ ଅଣାଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top