ଟିଭି

ସବ୍ୟସାଚୀଙ୍କ ନିଆରା ପ୍ରୟାସ, ଘରେ କଣ୍ଟ୍ରୋଲ ରୁମ୍ କରି ଅସହାୟଙ୍କୁ କରୁଛନ୍ତି ସାହାଯ୍ୟ

ଭୁବନେଶ୍ବର: କରୋନା ମହାବିପତ୍ତି ସମୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ଅସହାୟ ଲୋକ ପାଖେ ସାହାଯ୍ୟ ପହଁଞ୍ଚାଉଛନ୍ତି ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର। ଲକଡାଉନ ସମୟରେ ବିଭିନ୍ନ ସ୍ଥାନରେ ଥିବା ଅସହାୟ ଲୋକ ସାହାଯ୍ୟ ପାଇଁ ନିବେଦନ କରୁଛନ୍ତି। ତେବେ ଏହାର ସତ୍ୟତା ଯାଞ୍ଚ କରିବା ପରେ ସେମାନଙ୍କ ପାଖେ ସାହାଯ୍ୟ ପହଁଞ୍ଚାଉଛନ୍ତି ସବ୍ୟସାଚୀ। ଆଉ ଏଥିପାଇଁ ସେ ନିଜ ଘରେ ନିଆଁରା ଉପାୟରେ ଏକ ଛୋଟିଆ କଣ୍ଟ୍ରୋଲ ରୁମ୍ କରିଛନ୍ତି। ଯାହା ସାହାଯ୍ଯରେ ସେ ଅସହାୟ ଲୋକଙ୍କ ପାଖରେ ସାହାଯ୍ୟ ପହଁଞ୍ଚାଉଛନ୍ତି। ତାଙ୍କର ଏହି ଚେଷ୍ଟା ପାଇଁ ଓଡ଼ିଶା ପୋଲିସ, ପ୍ରଶାସନିକ ଅଧିକାରୀ, ହସ୍ପିଟାଲ୍ କର୍ତ୍ତୁପକ୍ଷ ଇତ୍ୟାଦି ବହୁତ୍ ସାହାଯ୍ୟ କରୁଛନ୍ତି ବୋଲି ନିଜେ ସବ୍ୟସାଚୀ କହିଛନ୍ତି। ତାଙ୍କର ପ୍ରତି ଅନୁରୋଧକୁ ସଙ୍ଗେ ସଙ୍ଗେ ଜରୁରୀକାଳୀନ ଆବଶ୍ୟକତା ଭାବେ ଗ୍ରହଣ କରୁଛନ୍ତି ସରକାରୀ ଅଧିକାରୀ।

ସେ କହିଲେ ” ଆଜି ଯାଏଁ ମୋ ସୋସିଆଲ ମିଡ଼ିଆ ପ୍ରୋଫାଇଲକୁ ସବୁବେଳେ କେବଳ ମୋ ଫିଲ୍ମ୍ ପ୍ରମୋସନରେ ବ୍ୟବହାର କରି ଆସୁଥିଲି। ହେଲେ ପ୍ରଥମ ଥର ମନେହଉଚି, ମୋ ପ୍ରୋଫାଇଲ ଗୁଡ଼ିକର ସଠିକ୍ ବ୍ୟବହାର କରୁଛି। ଏହି ବିପଦ ସମୟରେ ଯିଏ ମତେ କୌଣସି ପ୍ରକାର ସାହାଯ୍ୟ ପାଇଁ ଅନୁରୋଧ କରୁଛି, ତାର ସତ୍ୟତା ଯାଞ୍ଚ୍ କରିବାପରେ ତାକୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛି” । ତେବେ ଆଗକୁ ସବ୍ୟ କହିଲେ ଏଇ କଷ୍ଟ ସମୟ ଜଲଦି ଦୂର ହେଇଯାଉ, ଏହି ହିଁ ପ୍ରାର୍ଥନା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top