ଅପରାଧ

ସରକାରଙ୍କ ଲକ୍‌ ଡାଉନ୍‌ କଟକଣାକୁ ଫୁ, ୨୮ ଜଣଙ୍କ ନାଁରେ ମାମଲା

odisha

ଯାଜପୁର: ଲକ୍‌ ଡାଉନ୍‌ ନିୟମ ଭାଙ୍ଗିବା ପଡ଼ିଲା ମହଙ୍ଗା । ଯାଜପୁରରେ 28 ଜଣଙ୍କ ନାଁରେ ଥାନାରେ ମାମଲା । ଯାଜପୁରର ବିଭିନ୍ନ ଥାନାରେ 28 ଜଣ ନିୟମ ଉଲ୍ଲଂଘନକାରୀଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ଏନେଇ ଯାଜପୁର ଏସିପିଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟରରେ ଜରିଆରେ ସୂଚନା ଦିଆଯାଇଛି ।

ତେବେ ଗତକାଲି ଲକ୍‌ ଡାଉନ୍‌ ନିୟମ ନମାନିଲେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏନେଇ ପୋଲିସ ପ୍ରଶାସନ ତତ୍ପରତା ପ୍ରକାଶ କରିଥିଲା । ବିଶେଷ କରି ଶିକ୍ଷିତ ଲୋକେ ନିୟମ ମାନିବାକୁ ପ୍ରସ୍ତୁତ ନଥିବା ବେଳେ ପୋଲିସ ନାକେଦମ ହେଲାଣି ।

ଯାଜପୁରରେ 28 ଜଣଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ଲୋକଙ୍କ ମନରେ ଭୟ ସୃଷ୍ଟି ହେବ ନିଶ୍ଚୟ । ସେପଟେ ଟ୍ୱିନ୍‌ସିଟିରେ ମଧ୍ୟ ଲକ୍‌ ଡାଉନ୍‌ ନିୟମକୁ କଡ଼ାକଡ଼ି କରିଦିଆଯାଇଛି । ଅତ୍ୟନ୍ତ ଜରୁରୀ କାର୍ଯ୍ୟ ନଥିଲେ ଲୋକମାନଙ୍କୁ ବାହାରକୁ ନଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top