ନ୍ୟୁଜ୍

ସରକାର ଶୁଣିଲେନି, ନିଜେ ରାସ୍ତା ତିଆରି କଲେ ଗ୍ରାମବାସୀ

villager

କଳାହାଣ୍ଡି: ସମସ୍ୟା ଘେରରେ କର୍ଲାମୁଣ୍ଡା ବ୍ଲକ୍ ସାପଲହରା ପଞ୍ଚାୟତର କଣ୍ଡରେଇ ଗାଁ । ଏ ଯାଏଁ ହୋଇପାରିଲା ନାହିଁ ପକ୍କା ସଡ଼କ କି ଭଲ ରାସ୍ତା ଖଣ୍ଡେ । ଫଳରେ ନିଜେ ରାସ୍ତା ତିଆରି କଲେ ଗ୍ରାମବାସୀ ।

ଗ୍ରାମାଞ୍ଚଳର ବିକାଶ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବାସ୍ତବରେ ଏହି ସୁବିଧା ଲୋକଙ୍କ ପାଖରେ ପହଞ୍ଚିପାରୁନି । ଏହି ଗାଁରେ ୪ଟି ୱାର୍ଡର ଲୋକ ବସବାସ କରୁଛନ୍ତି । ଏହି ଗାଁର ରାସ୍ତାଟି କଣ୍ଡରେଇ ଗୌନ୍ତିଆପଡା ପ୍ରଧାନମନ୍ତ୍ରୀ ସଡକରୁ ରେଗଡା (ରଜାପଡା) ବଜାର ଓ ଆଦର୍ଶ ବିଦ୍ୟାଳୟ ସଂଯୋଗ କରୁଛି । ଗତ ବର୍ଷାରେ ସୃଷ୍ଟି ହୋଇଥିବା ପ୍ରବଳ ବନ୍ୟାରେ ରାସ୍ତାଟିର ଅନେକ ସ୍ଥାନରେ ବଡବଡ ଖାଲ ହେବା ସହ ରାସ୍ତାଟି ଶୋଚନୀୟ ଅବସ୍ଥା ହୋଇପଡିଛି । ଆଦର୍ଶ ବିଦ୍ୟାଳୟ ଓ ବଜାରକୁ ଯିବାକୁ ହେଲେ ୪ କିଲୋମିଟର ରୁ ଉର୍ଦ୍ଧ୍ୱ ରାସ୍ତା ଓ ନାଳ ଦେଇ ଯିବାକୁ ପଡିଥାଏ  ।  ଯାହା ଫଳରେ ଛାତ୍ରଛାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ପ୍ରଶାସନକୁ ବାରମ୍ବାର ଅଭିଯୋଗ କଲେ ବି କୌଣସି ସୂଫଳ ମିଳୁ ନଥିବା ଗ୍ରମାବାସୀ ଅଭିଯୋଗ କରିଛନ୍ତି  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top