ଅପରାଧ

ସାଙ୍ଗକୁ ସୁଟକେସରେ ପୁରାଇ ନେଲା ସାଙ୍ଗ

ଅର୍ଗସ ବ୍ୟୁରୋ: ମାଙ୍ଗାଲୋରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କର୍ଣ୍ଣାଟକର କୋଷ୍ଟାଲ ଅଞ୍ଚଳ ଆର୍ଯ୍ୟ ନଗରର ଏକ ଆପାର୍ଟମେଣ୍ଟରେ ଜଣେ ନାବାଳକ ନିଜ ସାଙ୍ଗକୁ ଏକ ସୁଟ୍‌ କେସ୍‌ରେ ଭର୍ତ୍ତିକରି ନେଉଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଚାରିଆଡେ କୋରୋନା ପାଇଁ ଜାରି କରାଯାଇଛି ଲକ୍‌ ଡାଉନ୍ । ଲକ୍‌ ଡାଉନ୍ ଯୋଗୁଁ ଆପାର୍ଟମେଣ୍ଟର ଆସୋସିଏସନ୍‌ ବାହାର ଲୋକଙ୍କୁ ଭିତରକୁ ପ୍ରବେଶ ପାଇଁ ନିଷେଧ କରିଥିବାରୁ ନାବାଳକ ଜଣକ ଏପରି ବିଚିତ୍ର କାଣ୍ଡ କରିଥିବା ଜଣାପଡିଛି । ମାଙ୍ଗାଲୋର ପୋଲିସ୍‌ର କହିବାନୁଯାୟୀ, ନାବାଳକ ଜଣକ ଲକ୍‌ ଡାଉନ୍‌ରେ ନିସଙ୍ଗ ଅନୁଭବ କରୁଥିଲେ ଯେ ସେ ତାଙ୍କ ଆପାର୍ଟମେଣ୍ଟକୁ ନିଜ ସାଙ୍ଗକୁ ଆଣିବାକୁ ଚାହୁଁଥିଲେ ।

ତେଣୁ ସେ ଆପାର୍ଟମେଣ୍ଟର ଆସୋସିଏସନ୍‌ଙ୍କୁ ମଧ୍ୟ ଅନୁମତି ମାଗିଥିଲେ । କିନ୍ତୁ ଆପାର୍ଟମେଣ୍ଟର ଆସୋସିଏସନ୍‌ ଏହାକୁ ଅସ୍ୱୀକାର କରିଦେଇଥିଲେ । ତେଣୁ ନାବାଳକ ଜଣଙ୍କ ନିଜ ସାଙ୍ଗକୁ ସୁଟ୍‌ କେସ୍‌ ଭିତରେ ପୁରାଇ ଆପାର୍ଟମେଣ୍ଟକୁ ଆଣିବାକୁ ବିଚାର କଲେ ।

ନାବାଳକ ଜଣକ ଯେତେବେଳେ ସୁଟ୍‌ କେସ୍‌କୁ ଆପାର୍ଟମେଣ୍ଟ ଭିତରକୁ ଆଣୁଥିଲେ ସେତେବେଳେ ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡକୁ ସନ୍ଦେହ ହୋଇଥିଲା । ସିକ୍ୟୁରିଟି ଗାର୍ଡ ଜଣକ ଏହା ଆପାର୍ଟମେଣ୍ଟବାସୀଙ୍କୁ ଜଣାଇଥିଲେ । ସେଠାକାର ଲୋକ ସୁଟ୍ କେସ୍‌ ଖୋଲି ଦେଖିଲେ ଯେ ସେଥିରେ ଜଣେ ନାବାଳକ ଅଛି । ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କ ବିରୋଧରେ ଲକ୍‌ ଡାଉନ୍‌ ନିୟମ ଉଲ୍ଲଂଘନ କରିଥିବାରୁ ମାମଲା ରୁଜୁ କଲେ । ପୋଲିସ ଦୁଇ ନାବାଳକଙ୍କୁ ଥାନାକୁ ଆଣି ପଚରାଉଚରା କରି ଚେତାବନୀ ଦେଇ ଛାଡିଥିବା ସୂଚନା ରହିଛି

Click to comment

Leave a Reply

Your email address will not be published. Required fields are marked *

Most Popular

To Top