ନ୍ୟୁଜ୍

ସୁବର୍ଣ୍ଣପୁରରେ ହତ୍ୟାକାଣ୍ଡ, ଶ୍ଵଶୁର ମୃତ ବୋହୂ ଗୁରୁତର  

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଧୁଲଧୁଲା ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ଉକ୍ତ ଗ୍ରାମର ରାଜକୁମାର ଲୁହାଙ୍କୁ କେହି ହତ୍ୟା କରିଥିବା ବେଳେ ତାଙ୍କ ବୋହୂ ଭୂମିସୁତା ଲୁହା ଗୁରୁତର ହୋଇଛନ୍ତି। ତେବେ କିଏ ହତ୍ୟା କରିଛି ସେ ନେଇ କୋଣସି ସୂଚନା ମିଳିନାହିଁ। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

ସୂଚନାନୁଯାୟୀ, ଉଲୁଣ୍ଡା ଥାନା ଅନ୍ତର୍ଗତ ଧୁଲଧୁଲା ଗ୍ରାମର ଜଣେ ବ୍ୟକ୍ତି ରାଜକୁମାର ଲୁହାଙ୍କୁ କେହି ହତ୍ୟା କରିଥିବା ବେଳେ ତାଙ୍କ ବୋହୂ ଭୂମିସୁତା ଲୁହା ଏହି ଆକ୍ରମଣରେ ଗୁରୁତର ହୋଇଛନ୍ତି। ଆଜି ସକାଳେ ରାଜକୁମାରଙ୍କୁ ମୃତ ଅବସ୍ଥାରେ ଏବଂ ଭୂମିସୁତାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ଘରୁ ଉଦ୍ଧାର କରାଯାଇଛି। ଗୁରୁତର ଅବସ୍ଥାରେ ଭୂମିସୁତାଙ୍କୁ ପ୍ରଥମେ ଉଲୁଣ୍ଡା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ କିଏ ଏବଂ କାହିଁ ଏଭଳି କାଣ୍ଡ ଭିଆଇଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ। ଉଲୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top