ଧର୍ମ

ସ୍ବଳ୍ପ ସେବାୟତଙ୍କୁ ନେଇ ହେବ ସ୍ନାନଯାତ୍ରା

ଅର୍ଗସ ବ୍ୟୁରୋ : ଚଳିତ ବର୍ଷ କୋରୋନା ପାଇଁ ସ୍ଵଳ୍ପ ସେବାୟତଙ୍କୁ ନେଇ ହେବ ଶ୍ରୀଜିଉଙ୍କ ସ୍ନାନଯାତ୍ରା। ଏ ନେଇ ଆଜି ୧୦ଟି ନିଯୋଗର ସେବାୟତଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା। କମ୍ ସଂଖ୍ୟକ ସେବାୟତ ସ୍ନାନ ନୀତିରେ ଯୋଗଦେବେ ବୋଲି ଏହି ଆଲୋଚନା ପରେ ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଯେଉଁ ସେବାୟତମାନେ ସ୍ନାନଯାତ୍ରାରେ ନିଯୋଜିତ ହେବେ ୨୫ ତାରିଖ ସୁଦ୍ଧା ସେମାନଙ୍କ ତାଲିକା ଦିଆଯିବ। ତାଲିକାଭୁକ୍ତ ସେବାୟତମାନେ ସ୍ନାନପୂର୍ଣ୍ଣିମା ନୀତିରେ ଭାଗ ନେବେ। ସେହି ତାଲିକା ଅନୁସାରେ ସେବାୟତଙ୍କୁ ପ୍ରବେଶ ଅନୁମତି ମିଳିବ। ବର୍ତ୍ତମାନ କଟକଣା ଅନୁସାରେ ମନ୍ଦିର ବାହାରେ କିଛି କରିହେବ ନାହିଁ । ତେଣୁ ଅସନ୍ତା ୩୧ ପର ଯାଏଁ ଅପେକ୍ଷା କରିବାକୁ ପଡ଼ିବ। ଏ ନେଇ ପୂର୍ବରୁ ଦଇତାପତି ନିଯୋଗ ସହ ଆଲୋଚନା ହୋଇଥିଲା ଏହାପରେ ଛତିଶା ନିଯୋଗଙ୍କ ସହ ଆଲୋଚନା କରାଯିବ ବୋଲି ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top