ଦେଶ

ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବଡ଼ ଘୋଷଣା : ବ୍ଲକ ସ୍ତରରେ ନିର୍ମାଣ ହେବ ଜନସ୍ୱାସ୍ଥ୍ୟ ଲ୍ୟାବ

ଅର୍ଗସ ବ୍ୟୁରୋ : ବ୍ଲକ ସ୍ତରରେ ନିର୍ମାଣ ହେବ ଜନସ୍ୱାସ୍ଥ୍ୟ ଲ୍ୟାବ। 20 ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକଜ ସମ୍ପର୍କିତ ପଞ୍ଚମ ତଥା ଶେଷ ପର୍ଯ୍ୟାୟ ଘୋଷଣା ସମୟରେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବଡ଼ ଘୋଷଣା କରିଛନ୍ତି। ଗ୍ରାମ ସ୍ତରରେ ସ୍ୱାସ୍ଥ୍ୟ ସେବା ବୃଦ୍ଧି କରିବା ନେଇ ଅର୍ଥମନ୍ତ୍ରୀ କହିଛନ୍ତି।

ସମସ୍ତ ଜିଲ୍ଲାରେ ସଂକ୍ରମଣ ରୋକିବା ପାଇଁ ବ୍ଲକ ସ୍ତରରେ ଏକ ଜନସ୍ୱାସ୍ଥ୍ୟ ଲ୍ୟାବ ପ୍ରତିଷ୍ଠା କରାଯିବ ବୋଲି ସେ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଜିଲ୍ଲା ସ୍ତରରେ ଡାକ୍ତରଖାନା ଗୁଡ଼ିକ ଉପରେ ବ୍ଲକ ଆତ୍ମନିର୍ଭରଶୀଳ ହେବେ। ସବୁ ଜିଲ୍ଲାରେ ଲ୍ୟାବ୍ ବଢ଼ାଇବାକୁ ଗୁରୁତ୍ୱ ଦିଆଯିବ, ସବୁ ଜିଲ୍ଲାରେ ସଂକ୍ରମଣ ରୋଗ ବ୍ଲକ୍ ତିଆରି ହେବ।
ଦେଶର ଲ୍ୟାବ ନେଟୱାର୍କକୁ ମଜବୁତ କରାଯିବ। ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ରକୁ ମଧ୍ୟ ପ୍ରୋତ୍ସାହିତ କରିବେ କେନ୍ଦ୍ର ସରକାର। ତେବେ କୋରୋନା ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ 15,000 କୋଟି ଟଙ୍କା ପ୍ରଦାନ କରାଯାଇଛି। ପରୀକ୍ଷା ଏବଂ ଲ୍ୟାବ କିଟ୍ ପାଇଁ 550 କୋଟି ଯୋଗାଇ ଦିଆଯାଇଛି। କରୋନା ସହିତ ଯୁଦ୍ଧରେ ସଂଗ୍ରାମ କରୁଥିବା ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ 50 ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ବୀମା ଘୋଷଣା କରାଯାଇଛି ବୋଲି ସୀତାରମଣ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top