ଦେଶ

ହନ୍ଦୱାରା ଏନକାଉଣ୍ଟରରେ ଶହୀଦଙ୍କ ପରିବାରକୁ ସମବେଦନା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ : ଜମ୍ମୁ କଶ୍ମୀରର କୁପଓ୍ୱାଡା ଜିଲ୍ଲା ହନ୍ଦଓ୍ୱାରାରେ ଆତଙ୍କବାଦୀଙ୍କ ବିରୋଧରେ ହୋଇଥିବା ଏନକାଉଣ୍ଟରରେ 5 ଜଣ ଯବାନ ଶହୀଦ ହୋଇଛନ୍ତି। ଏହି ଏନକାଉଣ୍ଟରରେ ଲଶ୍କର-ଏ-ତୈଇବାର ଟପ୍ କମାଣ୍ଡର ଏବଂ ଜଣେ ଆତଙ୍କବାଦୀ ନିପାତ ହୋଇଛନ୍ତି। ତେବେ ଅମର ଯବାନଙ୍କ ଶହୀଦକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ଵିଟ୍ କରି ଶୋକ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ଯେ, ଯେଉଁମାନେ ତାଙ୍କର ଶେଷ ନିଃଶ୍ଵାସ ପର୍ଯ୍ୟନ୍ତ ଲୋକମାନଙ୍କ ସୁରକ୍ଷାରେ ଲାଗିଛନ୍ତି, ସେମାନଙ୍କର ବୀରତ୍ଵ ଏବଂ ବଳିଦାନ ଚିରଦିନ ପାଇଁ ମନେ ରହିବ। ଶହୀଦଙ୍କ ପରିବାର ପ୍ରତି ମୋର ସମବେଦନା।

ସୂଚନାନୁଯାୟୀ, ହନ୍ଦୱାରା ଏନକାଉଣ୍ଟରରେ ଶହୀଦ ହୋଇଥିବା ଯବାନ ହେଉଛନ୍ତି, ୨୧ ରାଷ୍ଟ୍ରୀୟ ରାଇଫଲ ୟୁନିଟର ମେଜର ଅନୁଜ ସୁଦ, କର୍ନେଲ ଆଶୁତୋଷ ଶର୍ମା, ନାୟକ ରାଜେଶ, ଲାନ୍ସ ନାୟକ ଦିନେଶଙ୍କ ସହିତ ଜମ୍ମୁ କଶ୍ମୀରର ପୋଲିସ ସବ୍‌ ଇନ୍ସପେକ୍ଟର ସକିଲ ଅଧିକାରୀ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top