ରାଜ୍ୟ

ହୋମ୍‌ କ୍ୱାରେଣ୍ଟାଇନ୍‌ ନିୟମ ଭାଙ୍ଗିଲେ ବରିଷ୍ଠ ଆଇଏଏସ୍‌ ଭିନିଲ କ୍ରିଷ୍ଣା

ଭୁବନେଶ୍ୱର: ହୋମ କ୍ୱାରେଣ୍ଟାଇନ୍‌ ନିୟମ ଖିଲାପ କଲେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ଭିନିଲ କ୍ରିଷ୍ଣା । ନିକଟରେ ବିଦେଶରୁ ଫେରିବା ପରେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିବା ନେଇ ଏକ ଭିଡିଓ ଜରିଆରେ ସେ ସୂଚନା ଦେଇଥିଲେ । ତେବେ 14 ଦିନ ନପୁରୂଣୁ ଆଜି ଲୋକସେବା ଭବନରେ ସ୍ୱାଭାବିକ ଭାବେ ସରକାରୀ କାର୍ଯ୍ୟରେ ସାମିଲ ହୋଇଥିଲେ ଭିନିଲ କ୍ରିଷ୍ଣା ।

ହୋମ୍ କ୍ୱାରେଣ୍ଟାଇନ ଖିଲାପ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ରାଜ୍ୟ ସରକାର ମାମଲା ରୁଜୁ କରୁଥିବାବେଳେ ଆଇଏଏସ୍ ଭିନିଲ କ୍ରିଷ୍ଣା କିଭଳି ବାଦ୍ ପଡ଼ିଲେ ବୋଲି ସାଧାରଣରେ ଚର୍ଚ୍ଚା ହୋଇଛି । ସେପଟେ ଭିନିଲ କ୍ରିଷ୍ଣାଙ୍କ ସହ ସାମିଲ ଥିବା ଅନ୍ୟ ଅଧିକାରୀଙ୍କୁ ପରୀକ୍ଷା କରାଯିବ କି ନାହିଁ ମଧ୍ୟ ଏବେ ଏହା ଏକ ବଡ଼ ପ୍ରଶ୍ନ ।

ସୂଚନା ଯୋଗ୍ୟ, ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ତଥା କ୍ରୀଡ଼ା ନିର୍ଦ୍ଦେଶକ ଆଇଏଏସ୍ ଭିନିଲ କ୍ରିଷ୍ଣା ଆଜି ଲୋକସେବା ଭବନରେ ରାଜ୍ୟ ସରକାରଙ୍କ ‘ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ’ ଏମଓୟୁ ସ୍ୱାକ୍ଷର କାର‌୍ୟ୍ୟକ୍ରମରେ ଉପସ୍ଥିତ ରହିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top