ନ୍ୟୁଜ୍

ହ୍ୱାଟ୍ସଆପରେ ପାଠ ପଢିବେ 2ୟରୁ 10ଶ୍ରେଣୀ ଛାତ୍ରଛାତ୍ରୀ

ଖୋର୍ଦ୍ଧା : କରୋନା ପାଇଁ ଶିକ୍ଷା ସଂଯୋଗ ଯୋଜନା । ଖୋର୍ଦ୍ଧାର ସବୁ ସ୍କୁଲରେ ଆରମ୍ଭ ହେଲା ଶିକ୍ଷା ସଂଯୋଗ ଯୋଜନା । ଲକ୍ ଡାଉନ୍ ସମୟରେ ହ୍ୱାଟ୍ସଆପରେ ପାଠ ପଢ଼ିବେ ଛାତ୍ର ଛାତ୍ରୀ । 2ୟରୁ 10 ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ହ୍ୱାଟ୍ସ ଆପରେ ପାଠ ପଢାଯିବ । ଏନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ସବୁ ବ୍ଲକ ଶିକ୍ଷା ଅଧିକାରୀ ଏବଂ ପ୍ରଧାନ ଶିକ୍ଷକଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ।

ସବୁ ଶ୍ରେଣୀ ଲାଗି ହ୍ୱାଟ୍ସଆପ ଗ୍ରୁପ୍ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି ବିଷୟ ଭିତ୍ତିରେ ତିଆରି ହେବ ହ୍ୱାଟ୍ସଆପ ଗ୍ରୁପ୍ । ଚଳିତ ମାସ ୧୯ ତାରିଖ ରୁ ୨୦ ଜୁନ୍ ଯାଏ ୯ ଟି ପର୍ଯ୍ୟାୟରେ ହ୍ୱାଟ୍ସଆପ ଗ୍ରୁପ୍ ଜରିଆରେ ପାଠ ପଢାଯିବ । ଏଥିଲାଗି ୧୮ ଜଣିଆ ମେଣ୍ଟର କମିଟି ଗଠନ କରାଯାଇଛି । ଯାହାଙ୍କ ଦାୟୀତ୍ୱ ହେଉଛି ବିଭିନ୍ନ ବିଷୟରେ ଗାଇଡ କରିବେ । ଖୋର୍ଦ୍ଧାର ୧୦ ଟି ବ୍ଲକ ଓ ଵିଏମସି ଅଞ୍ଚଳର ସବୁ ସ୍କୁଲ୍ ରେ ଆରମ୍ଭ ହେବ ଏହି ଶିକ୍ଷା କାର୍ଯ୍ୟକ୍ରମ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top