ନ୍ୟୁଜ୍

୧୦୮ରେ ବୁହାହେଉଛନ୍ତି ଯାତ୍ରୀ

ambulance..

ବାଲେଶ୍ୱର:  ରୋଗୀ ନୁହେଁ ଆମ୍ବୁଲାନ୍ସରେ ବୁହା ହେଉଥିଲେ ଲୋକେ । ଶେଷରେ ଲୋକଙ୍କ ହାତରେ ଧରାପଡି ହଟହଟ୍ଟା ହୋଇଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର । ଆମ୍ବୁଲାନ୍ସରେ ଲୋକ ବୋହିବା ପାଇଁ ନେଇ ବାରମ୍ବାର କଟକଣା ହେଉଥିବା ବେଳେ ଏହାକୁ ଫୁ କରିଦେଇଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର ।

ଆମ୍ବୁଲାନ୍ସରେ ଲୋକ ବୋହି ହଟହଟ୍ଟା ହେଲେ ଆମ୍ବୁଲାନ୍ସ ଡ୍ରାଇଭର । ସାଧାରଣ ଲୋକଙ୍କ ହାତରେ ଧରାପଡି ଭୁଲ ମାଗିଲେ । ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରୁ । ଆମ୍ବୁଲାନ୍ସରେ ରୋଗୀ ନଥିବା ବେଳେ ସାଧାରଣ ଲୋକଙ୍କୁ ବସାଇ ନେଉଛନ୍ତି ଡ୍ରାଇଭର । ଆଉ ଲୋକେ ପଚାରିଲେ ଥ ଥ ମ ମ ହେଉଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର । କୋରନା ପାଇଁ ସମଗ୍ର ଦେଶ ଲକ ଡାଉନ ଥିବା ବେଳେ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାକୁ ସଟ ଡାଉନ କରାଯାଇଥିଲା । ଏହି ସମୟରେ ରୋଗୀ ବଦଳରେ ସାଧାରଣ ଲୋକଙ୍କୁ ଗାଡିରେ ବସାଇ ନେଉଛନ୍ତି ଡ୍ରାଇଭର ।

ଆମ୍ବୁଲାନ୍ସରେ ଡ୍ରାଇଭରମାନେ କୌଣସି ଲୋକଙ୍କୁ ବସାଇ ନନେବା ପାଇଁ ବାରମ୍ବାର ତାଗିତ କରୁଛନ୍ତି ସରକାର । ଏପରିକି କୋଭିଡ-୧୯ ମୁଖପାତ୍ର ସୁବ୍ରତ ବାଗଚୀ ମଧ୍ୟ ଏନେଇ ଡ୍ରାଇଭରମାନଙ୍କୁ ବିବେକାନୁମୋଦିତ କାମ କରିବାକୁ କହିଥିଲେ । ମାତ୍ର ଏହି ଘଟଣା ପରେ ତାର କୌଣସି ପ୍ରଭାବ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଉପରେ ପଡୁନଥିବା ସ୍ପଷ୍ଟ ହୋଇଛି । ଏପରିକି ଲୋକ ବୁହା ହେବା ଅବସ୍ଥାରେ ଆମ୍ବୁଲାନ୍ସ ଧରାପଡ଼ିଲେ ଗାଡ଼ି ସିଜ୍ ହେବା ସହ ଡ୍ରାଇଭରକୁ ଗିରଫ କରିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଛି । ତଥାପି ନିୟମକୁ ମାନୁ ନାହାନ୍ତି ଆମ୍ବୁଲାନ୍ସ କର୍ମଚାରୀ ।

ଏପରି ଏକ ଆମ୍ବୁଲାନ୍ସ ଦୁଇଜଣ ସାଧାରଣ ଲୋକଙ୍କୁ ନେଇ ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ବୋଇତା ଗ୍ରାମ ମଧ୍ୟକୁ ପଶିଆସୁଥିଲା ଆମ୍ବୁଲାନ୍ସ । ଗାଁ ଭିତରକୁ ପ୍ରବେଶ କରୁଥିବା ସମୟରେ ଗ୍ରାମବାସୀ ତାହାକୁ ଅଟକାଇ ରଖିଥିଲେ । ଆମ୍ବୁଲାନ୍ସ ମଧ୍ୟରେ ରୋଗୀ ବଦଳରେ ଦୁଇ ଜଣ ସାଧାରଣ ଲୋକଙ୍କୁ ଛାଡିବାକୁ ଆସିଥିବା ଜାଣିବାକୁ ମିଳିଥିଲା । ଲକ୍ ଡାଉନ ସମୟରେ ଏହି ଲୋକମାନେ କେଉଁଠୁ କେମିତି ଆସିଥିଲେ ପଚାରିବାରୁ ଡ୍ରାଇଭର ଓ ଫାର୍ମାସିଷ୍ଟ କୌଣସି ଉତ୍ତର ଦେଇପାରିନଥିଲେ । ଶେଷରେ ଗ୍ରାମବାସୀଙ୍କ ଦ୍ବାରା ଧରା ହୋଇ ଦୁଇ ଜଣ ଲୋକଙ୍କୁ ସେଠାରେ ଓହ୍ଲାଇ ଦେଇ ଭୁଲ ମାଗି ଯାଇଥିଲେ ଡ୍ରାଇଭର ଓ ଫାର୍ମାସିଷ୍ଟ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top