ନ୍ୟୁଜ୍

1.2 ଷ୍ଟାରକୁ ଖସିଲା ଟିକଟକର ରେଟିଙ୍ଗ୍

ଅର୍ଗସ ବ୍ୟୁରୋ : କମିଲା ଚାଇନା ଆପ୍ ଟିକଟକର ଚାହିଦା । ଆଉ ପ୍ରଶଂସକଙ୍କ ମନରେ ନାହିଁ ଟିକଟକ୍ କ୍ରେଜ୍ । ଧିରେ ଧିରେ କମିବାରେ ଲାଗିଲା ଟିକଟକର ରେଟିଙ୍ଗ୍ ଷ୍ଚାର । ଆଉ ଯୁବପିଢୀଙ୍କୁ ସେତେଟା ଆଦୃତ କରିପାରୁନାହିଁ ସବୁଠୁ ଲୋକପ୍ରିୟ ଓ ଏଣ୍ଟରଟେନମେଣ୍ଟ ଆପ୍ କହୁଥିବା ଟିକଟକ୍ । କରୋନା ମାଡରେ ପୁରା ତଳକୁ ଖସିଯାଇଛି ଟିକଟକ୍ ରେଟିଙ୍ଗ୍ ଷ୍ଚାର ।

ଗତକିଛି ଦିନ ଭିତରେ ଗୁଗୁଲ ପ୍ଲେ ଷ୍ଟୋରରେ ଟିକଟକ୍ ରେଟିଂ 1.2 ଷ୍ଟାରକୁ ଖସି ଆସିଛି। ତେବେ କିଛି ଦିନ ପୂର୍ବରୁ ଏହା ହାରାହାରି 4.5 ଷ୍ଟାରରୁ ତଳକୁ ଖସି 3.5ରେ ପହଞ୍ଚିଲା । ଆଉ ମାତ୍ର 3 ଦିନ ଭିତରେ ତାହା ତଳକୁ ଖସି 1.3 ଷ୍ଟାରରେ ପହଞ୍ଚିଛି । ହେଲେ ଆଜି ତାହା 1.2 ଷ୍ଚାରରେ ପହଞ୍ଚିଯାଇଛି । ଆଗାମୀ ଦିନରେ ଆପ୍ ଷ୍ଟୋର ଗୁଡିକରେ ଟିକଟକର ମୂଲ୍ୟାୟନ ଆହୁରି ତଳକୁ ଖସିବାର ସମ୍ଭାବନା ଅଛି । କାରଣ ବର୍ତ୍ତମାନ ଭାରତରେ #IndiansAgainstTikTok ପରି ହ୍ୟାସଟ୍ୟାଗ ଗୁଡିକ ଟ୍ରେଣ୍ଡ କରୁଛି । ତେବେ ଏହି ଆପରେ କେବଳ ଆପତ୍ତିଜନକ ଭିଡିଓ ପୋଷ୍ଟ୍‌ ହେଉ ନାହିଁ ବରଂ କିଛି ଫଲୋୟର୍ସ ପାଇଁ ଯୁବ ପିଢ଼ିମାନେ କିଛି ବି ସୀମା ସରହଦ ପାର କରୁଛନ୍ତି । ତେବେ ବହୁ ବାଦ ବିବାଦ ପରେ ଭାରତରେ ସମ୍ପୂର୍ଣ୍ଣ ଭାବେ କେବେ ବନ୍ଦ ହେବ ଟିକଟକ୍ ତାହା ଆଗାମୀ ଦିନରେ ଜଣାପଡିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top